ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2024/01/b0e15887-cd38-40c9-bc63-a8a8bacfbe44-e1704547016901.jpeg)
ସୂଚନା ଅନୁସାରେ ଆଇନ୍ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଯାଇଥିଲେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗସ୍ତ ସାରି ସେଠାରୁ ଫେରିବା ସମୟରେ ବେଲକଣା ଗ୍ରାମ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ମନ୍ତ୍ରୀଙ୍କ ଗାଡ଼ି ବିଷମକଟକ ବ୍ଲକ ଢେପାଗୁଡା ନିବାସୀ ଗୁଣୁଲୁ ସୁଧୀରଙ୍କ ୪ ବର୍ଷ ବୟସର ଶିଶୁପୁତ୍ରଙ୍କୁ ଧକ୍କା ଦେଇଥିଲା। ସେ ନିଜ ଅଜାଙ୍କ ଘରକୁ ବୁଲିବା ପାଇଁ ଆସିଥିଲା। ଦୁର୍ଘଟଣା ଯୋଗୁଁ ଶିଶୁର ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଛି।
/sambad/media/post_attachments/wp-content/uploads/2024/01/1b66c488-db35-4319-9fd2-7f0c65f665b6.jpeg)
ତେବେ ଦୁର୍ଘଟଣା ପରେ ଡ୍ରାଇଭର ସଂଘ ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ଦୁର୍ଘଟଣାର ଶିକାର ହୋଇଥିବା ଶିଶୁକୁ ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଗାଡ଼ିରେ ଶିଶୁକୁ ଆଣି ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଶିଶୁଟି ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି। ଶ୍ରୀ ସାରକା କହିଛନ୍ତି, ବେଗ ମନ୍ଥର ଥିବା ବେଳେ ଶିଶୁଟି ହଠାତ ଗାଡ଼ି ଆଗକୁ ଚାଲିଆସିଥିଲା। ଫଳରେ ଗାଡ଼ିର ସାମାନ୍ୟ ଧକ୍କାରେ ଶିଶୁଟି ତଳେ ପଡ଼ିଯାଇଥିଲା।
ରାୟଗଡ଼ା ଡ୍ରାଇଭର ମହାସଂଘ ସଭାପତି ଜିତେନ୍ଦ୍ର ନାୟକ କହିଛନ୍ତି, ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କଲ୍ୟାଣସିଂହପୁର ବ୍ଳକ ବୁଡ଼ାଗୁଡ଼ାସ୍ଥିତ ଧାନମଣ୍ଡିକୁ ଯାଇ ଫେରୁଥିବା ବେଳେ ବେଲକଣା ନିକଟରେ ତାଙ୍କର ଗାଡ଼ି ଶିଶୁକୁ ଧକ୍କା ଦେଇଥିଲା ଫଳରେ ଶିଶୁଟିର ଦୁଇଗୋଡ଼ ଭାଙ୍ଗିଯାଇଛି। ଗୁରୁତର ଆହତ ହୋଇଥିବା ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରାହ୍ଣ ୩ଟା ସମୟରେ ଏହି ଶିଶୁଟି ଖେଳୁଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ସାଇରନ୍ ନବଜେଇ ଆସୁଥିଲା ବୋଲି ଉକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି। ତେଣୁ ମନ୍ତ୍ରୀଙ୍କ ଗାଡ଼ି ଡ୍ରାଇଭରଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/74d0760a-5e1d-481e-95c5-859e409e1be3.jpeg)