ରାଉରକେଲା: ଦ୍ରୁତଗତି ମହାବିପତ୍ତି। ଏହା ଜାଣିଥିଲେ ମଧ୍ୟ ଲୋକ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରା ଠାରେ ଆଜି ଏକ ଅଲ୍ଟୋ କାର୍କୁ ହ୍ୟୁଣ୍ଡାଇ କାର ପଛ ପାର୍ଶ୍ୱରୁ ଧକ୍କା ଦେଇଛି। ଫଳରେ ଜଣେ ୪ ବର୍ଷ ବୟସର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାମ ରିସଭ ଓରାମ ବୋଲି ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ଜବତ କରିଛି।
ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା କାର୍କୁ ଧକ୍କା ଦେଲେ, ୪ ବର୍ଷୀୟ ଶିଶୁର ମୃତ୍ୟୁ
/sambad/media/post_attachments/wp-content/uploads/2024/04/eac31070-59a3-4518-a6cf-f980b4d4050f.jpeg)