ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ତିନିଦିନରେ ଦୁଇଟି ହାତୀର ଦାନ୍ତବିହୀନ  ଗଳିତ ଶବ ଠାବ ହୋଇଥିଲା। ହାତୀ ଶିକାରରେ ସଂପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଥିଲା। ଘଟଣାର ୪ର୍ଥ ଅଭିଯୁକ୍ତ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଥିବା ସୂଚନା ମିଳିଛି।