କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଓଡ଼ିଶା ପୁଲିସର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଚାଲିଥିବା ମୃତ୍ୟୁଶୂନ୍ୟ ସପ୍ତାହର ଚତୁର୍ଥ ଦିନରେ ୧୫ ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ଚତୁର୍ଥ ଦିନରେ କେନ୍ଦୁଝର ଆରଟିଓ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଳଚେରରେ ୧, ଅନୁଗୁଳରେ ୧, ନବରଙ୍ଗପୁରରେ ୨, କୋରାପୁଟରେ ୨, ଚଣ୍ଡୀଖୋଲରେ ୧, ଯାଜପୁରରେ ୧, ମୟୁରଭଞ୍ଜରେ ୧, ବାଲେଶ୍ବରରେ ୧, ବଲାଙ୍ଗୀରରେ ୨, କେନ୍ଦ୍ରାପଡାରେ ୧, ଭୁବନେଶ୍ବର ଆରଟିଓ-୨ରେ ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରଥମ ତିନି ଦିନରେ ୧୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଚତୁର୍ଥ ଦିନରେ ସର୍ବାଧିକ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ୨୫୩, ବିନା ହେଲମେଟ୍ ପାଇଁ ୯୧୨, ସିଟ୍ ବେଲ୍ଟ ପାଇଁ ୧୩୪, ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ପାଇଁ ୧୩୫, ମଦ୍ୟପାନ ପାଇଁ ୩୨, ଓଭର ଲୋଡ ପାଇଁ ୬, ନାବାଳକ ଗାଡି ଚାଳନା ପାଇଁ ୧୪, ଏହିଭଳି ମୋଟ ୧୬୯୬ ଚାଲାଣ କଟାଯାଇଛି। ଆଜି ମୋଟ ୮୩ଟି ଡିଏଲ୍ ବାତିଲ ପାଇଁ ସୁପାରିସ କରାଯାଇଛି। ସମୁଦାୟ ୨ଲକ୍ଷ ୯୭ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।