ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ହାଟପଡ଼ିଆରୁ ଗୁରୁବାର ପୁଲିସ ଘଟଗାଁ ବାଳିକା ହାଇସ୍କୁଲ୍‌ର ଚତୁର୍ଥ ଶ୍ରେଣୀ କର୍ମଚାରୀ (ରାତ୍ରି ଜଗୁଆଳି) ରାଜେନ୍ଦ୍ର କୁମାର ହେମ୍ବ୍ରମ (୩୫)ଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ଘର ଘଟଗାଁ ଥାନା କଟରାବେଡ଼ା ଗ୍ରାମରେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ବୁଧବାର ସେ ଡ୍ୟୁଟି ପାଇଁ ଆସି ଆଉ ଘରକୁ ଫେରି ନଥିଲେ।

ଖବର ପାଇ ଥାନା ଅଧିକାରୀ ସୁସ୍ମିତା ଦେବତା, ଏସ୍‌ଆଇ ସୁରେଶ କୁମାର ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ଥାନାରେ ନଂ.୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର