ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳିବ ବଡ଼ କ୍ବାର୍ଟର୍ସ

ଭୁବନେଶ୍ବର : ଏଣିକି ରାଜ୍ୟ ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବର୍ତ୍ତମାନ ଅପେକ୍ଷା ବଡ଼ କ୍ବାର୍ଟର୍ସ ମିଳିବ। ଇ-ଟାଇପ୍ ଓ ଏଫ୍‌-ଟାଇପ୍ କ୍ବାର୍ଟର୍ସରେ ରହୁଥିବା କର୍ମଚାରୀଙ୍କୁ ବହୁତଳ କୋଠାରେ କ୍ବାର୍ଟର୍ସ ସହ ବେସ୍‌ମେଣ୍ଟରେ କାର୍‌ ପାର୍କିଂ ଭଳି ଜାଗା ମିଳିବ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଇ-ଟାଇପ୍ କ୍ବା‌ର୍ଟର୍ସରେ ୬୫୫ବର୍ଗଫୁଟ ଅଞ୍ଚଳରେ ଏବଂ ଏଫ୍‌-ଟାଇପ୍ କ୍ବାର୍ଟର୍ସରେ ୪୨୪ ବର୍ଗଫୁଟ ଅଞ୍ଚଳରେ କର୍ମଚାରୀମାନେ ରହୁଥିବାବେଳେ ଇ-ଟାଇପ୍ କ୍ବାର୍ଟର୍ସଗୁଡ଼ିକ ୮୨୭ ବର୍ଗଫୁଟ ଏବଂ ଏଫ୍‌-ଟାଇପ୍ କ୍ବାର୍ଟର୍ସଗୁଡ଼ିକ ୬୦୦ବର୍ଗଫୁଟର କରିବାକୁ ନିଷ୍ପତ୍ତିି ହୋଇଛି। ସବୁ ବିଭାଗ ଏହାକୁ ନଜରରେ ରଖି କ୍ବାର୍ଟର୍ସ ଆବଣ୍ଟନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର