କାଳିଆପାଣି: ସୁକିନ୍ଦା ତହସିଲ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର କୃଷକ ଦୁଃଖବନ୍ଧୁ ମହାନ୍ତ ଓରଫ୍ ଚିଳୁ(୫୮)ଙ୍କର ଆଜି ବ୍ରଜାଘାତରେ ମୃତ୍ୟୁ ହୋଇଛି। ପୂର୍ବରୁ ଖଣି ଶ୍ରମିକ ଭାବେ କାମ କରୁଥିବା ଚିଳୁ ଓଏମ୍ସି ଖଣିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଗାଁ ପାଖ ଜଙ୍ଗଲରେ ଛେଳି ଚରାଇ ଘରକୁ ଫେରିବା ବାଟରେ ଷଣ୍ଢବୁଢ଼ା ପଡ଼ିଆ ପାଖରେ ବଜ୍ରପାତ ହୋଇଥିଲା।
ପ୍ରଚଣ୍ଡ ଶବ୍ଦ ସହ ଘଟଣାସ୍ଥଳରେ ଅଢ଼େଇ ଫୁଟ୍ର ଏକଗର୍ତ୍ତ ସୃଷ୍ଟି ହୋଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/dead-1.jpg)