ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଫ୍ରାନ୍ସ ଆଗ୍ରହୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ଓଡ଼ିଶାର ହୋଟେଲ, ଇସ୍ପାତ. ବୈଦୁତିକ ଉପକରଣ,ଶକ୍ତି ଓ ଆଉ କେତେକ କ୍ଷେତ୍ରରେ ନିବେଶ କରିବାକୁ ଫ୍ରାନ୍ସ କମ୍ପାନିମାନେ ଆଗ୍ରହ ଦେଖାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଫ୍ରାନ୍ସର କମ୍ପାନିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ।

ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ବିଶେଷ କରି ଇଜ୍ ଅଫ୍ ଡୁଇଙ୍ଗ ବିଜନେଓ ରିପୋର୍ଟ ବାହାରିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଦେଶ କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟପଂଥା ଗ୍ରହଣ କରୁଛନ୍ତି । କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ’ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ କୁ ସକସେସ୍ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି ରୋଡ୍ ସୋ’ ଆୟୋଜନ କରିସାରିଛି ଶିଳ୍ପ ବିଭାଗ । ରାଜ୍ୟରେ ପୁଞ୍ଜି ନିବେଶ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଓଡିଶାର ନାଁକୁ ବିଶ୍ୱସସ୍ତରରେ ପହଁଚାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ୬ଟି କ୍ଷେତ୍ର ଯଥା ସ୍କିଲ, ଟୁରିଜମ୍, ଟେକ୍ସଟାଇଲ, ଫୁଡ ପ୍ରୋସେସିଙ୍ଗ ଭଳ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ବିଦେଶର ପୁଞ୍ଜି ନିବେଶକାରୀ ।

ସମ୍ବନ୍ଧିତ ଖବର