ମାଲକାନଗିରି: ମାଲକାନଗିରି ମରଡିକାଲ ରେ ଚାକିରି ଦେବା ନାମରେ ବହୁଥର ଦଲଲମାନେ ନିରୀହ ଲୋକଙ୍କୁ ଠକି ଟଙ୍କା ଆତ୍ମସାତ କରିଥିବା ନଜିର ରହିଛି। ଏବେ ପୁଣି ଜଣେ ମହିଳା ମାଲକାନଗିରି ମେଡ଼ିକାଲରେ ଚାକିରି କରିବା ପାଇଁ ଠକର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି।
Advertisment
ସୂଚନା ଅନୁଯାୟୀ ଏମଭି-୪୨ ଗ୍ରାମର ବିଶ୍ୱଜିତ ଢାଳିଙ୍କ ପତ୍ନୀ କାକୁଲି ଦତ୍ତ ମାଲକାନଗିରି ମେଡ଼ିକାଲରେ ଚାକିରି କରୁଥିବା ହୀରା ହଂସାଙ୍କ ସହ ସାକ୍ଷାତ ହୋଇଥିଲା। ସେ କାକୁଲିକୁ ମେଡ଼ିକାଲରେ ଚାକିରି କରିବା ପାଇଁ ହେଲେ ଭୁବନେଶ୍ୱରର ମନୋଜ ସୁତାରଙ୍କ ସହ କଥାବାର୍ତ୍ତା କରନ୍ତୁ ବୋଲି କହିଥିଲେ ଓ ଫୋନ ନମ୍ବର ଦେଇଥିଲେ। ଫୋନ ନମ୍ବର ପାଇ କାକୁଲି ମନୋଜ ସହ କଥାବାର୍ତ୍ତା ହୋଇଥିଲେ।
ମନୋଜ ଚାକିରି ପାଇଁ ପ୍ରଥମେ ୫୦ ହଜାର ଟଙ୍କା ମାଗିଥିଲେ। ପରେ ପୁଣି ୨୦୨୨ ମସିହା ଅକ୍ଟୋବର ୧ ତାରିଖରେ ୨ ଲକ୍ଷ ୫୦ ହଜାର ମାଗିଲେ।ପୁଣି  ୧୦ ତାରିଖରେ ଦେଢ଼ ଲକ୍ଷ ଟଙ୍କା ମାଗିଥିଲେ। ମୋଟ ୪ ଲକ୍ଷ ୫୦ ହଜାର ଟଙ୍କା କାକୁଲି ଠାରୁ ଚାକିରg କରାଇଦେବା ନାମରେ ଠକି ନେଇଥିଲେ। ଟଙ୍କା ନେଇ ଚାକିରି କରାଇ ନଦେବାରୁ କାକୁଲି ବାଧ୍ୟ ହୋଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଳକୁ ଭିତ୍ତି କରି ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।ଶେଷରେ ଭୁବନେଶ୍ୱରରୁ ଠକ ମନୋଜ ସୁତାରଜୁ ଗିରଫ କରାଯାଇଥିଲା। ମୋନଜକୁ  ଗିରଫ ପରେ ପଚରା ଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।