ଭୁବନେଶ୍ୱର: କମିସନରେଟ ପୁଲିସ ଏସିପିଙ୍କ ନାଁ ଓ ଫଟୋ ବ୍ୟବହାର କରି ଠକମାନେ ଲୋକଙ୍କୁ ଠକୁଛନ୍ତି। ତାଙ୍କ ନାଁରେ ଲୋକଙ୍କୁ କଳାକନା ବୁଲେଇଛନ୍ତି ଲୁଟେରା। ଏନେଇ ନିଜେ ସୂଚନା ଦେଇଛନ୍ତି ଏସିପି ସଞ୍ଜୀବ ଶତପଥୀ।

Advertisment

publive-image

ସେ କହିଛନ୍ତି, ତାଙ୍କ ଫୋଟୋ ଲଗାଇ ନକଲି ଆକାଉଣ୍ଟ ଖୋଲିଛନ୍ତି ଠକ। ଜଣେ ଆର୍ମି ଅଫିସରଙ୍କ ଟ୍ରାନ୍ସଫର ହୋଇଛି ଓ ସେ ତାଙ୍କ ଘର ଓ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ସଞ୍ଜୀବ ଶତପଥୀଙ୍କ ନାଁରେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରୁଛନ୍ତି ଠକ। କିଛି ଲୋକ ଏହାକୁ ସତ ଭାବି ଠକଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ପଠେଇ ସାରିଛନ୍ତି। ଏଭଳି ଲୋକଙ୍କଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ସଞ୍ଜୀବ ଶତପଥୀ।