ଠକି ନେଇଗଲେ ୧୧ ଲକ୍ଷ, ଫାଇନାନ୍‌ସ କର୍ମଚାରୀ ଅଟକ

ବୁର୍ଲା: ବିଭିନ୍ନ ଲୋକ ଓ ଗୋଷ୍ଠୀକୁ ଋଣ ପ୍ରଦାନ କରିବା ଆଳରେ ଭାରତ ଫାଇନାନ୍ସ ଲିମିଟେଡ଼ର ଜଣେ କର୍ମଚାରୀ ପ୍ରାୟ ୧୧ ଲକ୍ଷ ୮୪ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଜୁ ପଣ୍ଡା ନାମକ ଜଣେ କର୍ମଚାରୀଙ୍କୁ ବୁର୍ଲା ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ଭାରତ ଫାଇନ‌ାସ ଲିମିଟେଡ଼ର ସ୍ଥାନୀୟ ଶାଖା ପରିଚାଳକ ଆଜି ବୁର୍ଲା ଥାନାରେ ଏହି ଟଙ୍କା ହଡ଼ପ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ବୁର୍ଲା ବିଷ୍ଣୁମନ୍ଦିର ପଡ଼ା ଅଂଚଳରେ ରହୁଥିବା ଅଜୁ ପଣ୍ଡା ନାମକ ଏକ ସଂଘ ପରିଚାଳକ ଏହି ଅର୍ଥ ହଡ଼ପ କରିଥିଲେ।

ଯେଉଁ ହିତାଧିକାରୀମାନଙ୍କ ନାମରେ ଋଣ ଉଠାଯାଇଥିଲା, ସେମାନଙ୍କୁ କିନ୍ତୁ ବାସ୍ତବରେ ଏହି ଅର୍ଥ ଦିଆଯାଇନଥିଲା। ଏହି ହେରଫେର ସଂକ୍ରାନ୍ତରେ ଜଣାପଡ଼ିବା ପରେ କଂପାନିର ଶାଖା ପରିଚାଳକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର