ଅଭିନବ ଠକେଇ: ଗ୍ରାହକ ସାଜି ୨ ଦୋକନୀଙ୍କୁ ଟଙ୍କା ଲୁଟ୍‌, ହରଡଘଣାରେ ଅଟୋ ଚାଳକ

ଭଞ୍ଜନଗର: ଗତ ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଇଲାକାରେ ଗ୍ରାହାକ ସାଜି ଜଣେ ଯୁବକ ଦୋକାନୀଙ୍କୁ ଠାରୁ ଟଙ୍କା ଅଭିନବ ଉପାୟରେ ଲୁଟି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହି ସମାନ ଢଙ୍ଗରେ ଗତକାଲି ଭଞ୍ଜନଗର ସହରରେ ଜଣେ ଯୁବକ ଗ୍ରାହକ ବେଶରେ ଦୁଇ ଜଣ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିବା ସହ ଜଣେ ଅଟୋ ଚାଳକଙ୍କୁ ବ୍ୟବସାୟୀଙ୍କ ନିକଟରେ ହରଡଘଣାରେ ପକାଇବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ୧ ଟା ସମୟରେ ଜଣେ ଯୁବକ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ଥିବା ଷ୍ଟାଣ୍ଡ୍କୁ ଯାଇ ଏକ ଡାଲା ଅଟୋ ବୁକ୍ କରିଥିଲେ। ଗାଡି ଚାଳକ ଗୋବିନ୍ଦ ରାଉତକୁ ସେ ଗାଙ୍ଗପୁରକୁ କିଛି ପନିପରିବା ଓ ଫର୍ନିଚର ସାମଗ୍ରୀ ନେବା ପାଇଁ କହିଥିଲେ। ଏଥିପାଇଁ ୧୮ ଶହ ଟଙ୍କାରେ ଭଡା ଦେବା ନେଇ ସେ ରାଜି ହୋଇଥିଲେ। ଭଡା ମିଳିବାରୁ ଗୋବିନ୍ଦ ଯୁବକକୁ ଗାଡିରେ ବସାଇ ମୁଖ୍ୟ ସଡ଼କ ଠାରେ ଥିବା ଏକ ପରିବା ଦୋକାନକୁ ନେଇଥିଲା। ଭୋୁଜି ପାଇଁ ବିଭିନ୍ନ ପ୍ରକାର ପରିବାରରୁ ପ୍ରାୟ ୩୦ କେଜି ଲେଖାଏଁ ପରିବା ପ୍ୟାକିଂ କରିବାକୁ ଅର୍ଡର ଦେଇଥିଲା। ପରିବା ଓଜନ କରିବା ସମୟରେ ପାଖରେ ଖୁଚୁରା ନଥିବା କହି ଅନ୍ୟ କିଛି ସାମଗ୍ରୀ କିଣିବା ପାଇଁ ୧୨ ଶହ ଟଙ୍କା ସଂପୃକ୍ତ ପରିବା ବ୍ୟବସାୟୀକୁ ମାଗିଥିଲା। ଏବଂ ପରିବା ନେବା ସମୟରେ ଏହି ଟଙ୍କା ମଧ୍ୟ ଫେରାଇ ଦେବ କହି ଅନ୍ୟ ଏକ ଦୋକାନକୁ ଚାଲି ଯାଇଥିଲା।

ଏହାପରେ ପୁରୁଣାବଜାର ସାହିରେ ଥିବା ସାହେବ ପଣ୍ଡାଙ୍କ ଆଳୁ ଗୋଦାମ ଯାଇ ଦୁଇ ପ୍ୟକେଟ୍ ଆଳୁ ଓ ୩୦ କେଜି ପିଆଜ ଦେବା ପାଇଁ କହିଥିଲା। ସେଠାରେ ସେ ତାଙ୍କୁ ମଧ୍ୟ ଅନ୍ୟ କିଛି ସାମଗ୍ରୀ କିଣିବାର ଅଛି କହି ସମାନ ଢଙ୍ଗରେ ୮୦୦ ଟଙ୍କା ମାଗିଥିଲା। ଆଳୁ ନେବା ସମୟରେ ଫେରାଇ ଦେବେ କହି ଜଣେ ମହିଳାଙ୍କ ଠାରୁ ଚାଙ୍ଗୁଡି ସାମଗ୍ରୀ ଆଣିଥିଲା। ପରିବା ଦୋକାନରୁ ଆସିବା ପରେ ଟଙ୍କା ଦେଉଛି କହି ପୁଣି ପରିବା ଦୋକାନକୁ ଆସି ଧରିଥିବା ଚାଙ୍ଗୁଡି କୁଲା ଆଦି ରଖିଥିଲା। ଏହାପରେ ଅର୍ଡର ଦେଇଥିବା ପରିବାକୁ ଗାଡିରେ ରଖିବାକୁ କହି ହଠାତ୍ ଅର୍ନ୍ତଧ୍ୟାନ ହୋଇଯାଇଥିଲା। ଅନ୍ୟ ସାମଗ୍ରୀ କିଣୁଥିବ ଭାବି ଅଟୋ ଚାଳକ ଅନ୍ୟତ୍ର ଯାଇ ସେଠାକୁ ଆସି ଦେଖିବା ବେଳେ ଉକ୍ତ ଯୁବକ ସେବଠାରୁ ଗାଏବ ହୋଇ ସାରିଥିଲେ। ଯୁବକର ଅସଲି ଉଦ୍ଦେଶ୍ୟ କେହି ବୁଝି ପାରିନଥିବା ବେଳେ ଗାଡି ଚାଳକ ଗୋବବିନ୍ଦ ହିଁ ସେଠାକୁ ଆଣିଥିବାରୁ ସେମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ। ତାକୁ ଅଟକାଇ ଠକ ଯୁବକକୁ ସେମାନେର ଦେଇଥିବା ଟଙ୍କା ମାଗିଥିଲେ। ନିରୁପାୟ ହୋଇ ଗୋବିନ୍ଦ ବ୍ୟବସାୟୀଙ୍କୁ କିଛି ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର