‘କାଳିଆ’ ଯୋଜନା ଅର୍ଥ ଆବଣ୍ଟନରେ କେଳେଙ୍କାରୀ: ଖାଇଗଲେ ୧୭୦ କୋଟି

ଦାୟୀ କିଏ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପ୍ରାୟ ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ‘କାଳିଆ’ (କୃଷକମାନଙ୍କର ଜୀବିକା ଓ ଆୟବୃଦ୍ଧି ନିମିତ୍ତ ସହାୟତା) େଯାଜନାର ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ଆଦୌ େଯାଗ୍ୟ ନ ଥିଲେ ବି ୧୨ ହଜାର ବଡ଼ ଚାଷୀ ‘କାଳିଆ’ ସହାୟତା ହାତେଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ଶହେ କି ଦୁଇଶହ ନୁହେଁ, ପୂରା ୯ ହଜାର ନାବାଳକ/ ନାବାଳିକାଙ୍କୁ ‘କାଳିଆ’ େଯାଜନାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାପ୍ୟ ପ୍ରଦାନ କରାଯାଇଛି। େଗାଟିଏ େଗାଟିଏ ପରିବାରରୁ ଏକାଧିକ ବ୍ୟକ୍ତି ମିଥ୍ୟା ତଥ୍ୟ ଦେଇ ନିଜକୁ ଏହି େଯାଜନାରେ ସାମିଲ କରିଛନ୍ତି। ଏହି ବର୍ଗରେ ପାଖାପାଖି ୩ଲକ୍ଷ ପରିବାର କାଳିଆ ସହାୟତା ନେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ଦଳ ସପକ୍ଷରେ େଭାଟ୍ ବ୍ୟାଙ୍କ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିଥିବା ‘କାଳିଆ’ େଯାଜନାରେ ଏଭଳି ମହାକେଳେଙ୍କାରୀ ସାମ୍ନାକୁ ଆସିଛି। ଆଜି େଖାଦ୍ କୃଷି ବିଭାଗ ଏହି ତଥ୍ୟ ପ୍ରଦାନ କରି ଦର୍ଶାଇଛନ୍ତି େଯ ନିୟମ କାନୁନ ଫାଙ୍କି ପ୍ରାୟ ୩ଲକ୍ଷ ୮୧ ହଜାର ଅେଯାଗ୍ୟ ବ୍ୟକ୍ତି ଚାଷୀଙ୍କ ପାଇଁ ଥିବା ଟଙ୍କା (ପ୍ରାୟ ୧୭୦ େକାଟି ୫୦ଲକ୍ଷ ଟଙ୍କା) ନେଇଯାଇଛନ୍ତି। ପ୍ରଶ୍ନ ଉଠୁଛି, ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରୁ ଲୁଟ୍ େହାଇଥିବା ୧୭୦ େକାଟି ସରକାରଙ୍କ ତହବିଲକୁ େଫରିବ କେମିତି?

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ
ନାଲିଆଖି ଦେଖାଇ କହିଛନ୍ତି, ସରକାରୀ ଚାକିରିଆ ସ୍ବତଃ ଅର୍ଥ ପୈଠ ନ କଲେ, ସେମାନଙ୍କ ବେତନ ବା ପେନସନରୁ ଏହି ରାଶି ଭରଣା କରାଯିବ। କେବଳ ସେତିକି ନୁେହଁ, ଏକଥା ବି କହିଛନ୍ତି, େଯଉଁ ଅଯୋଗ୍ୟ ହିତାଧିକାରୀ ‘କାଳିଆ’ େଯାଜନା ଅର୍ଥ ବେଆଇନ ଭାବେ େନଇଥିବେ, ସେମାନଙ୍କୁ ଆବଶ୍ୟକ ସ୍ଥଳେ େଫରସ୍ତ ପାଇଁ ପ୍ରବର୍ତାଯିବ ବା ବାଧ୍ୟ କରାଯିବ। ଅର୍ଥାତ୍ ଆଗକୁ ସରକାର ଏ େନଇ କଠୋର ପଦକ୍ଷେପ େନବା ସଂପର୍କରେ ସଙ୍କେତ ଦେଇଛନ୍ତି ମନ୍ତ୍ରୀ। ଏକଥା ବି କୁହାଯାଇଛି, େଯଉଁ ନାବାଳକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ପରବର୍ତୀ କିସ୍ତି ଅର୍ଥ ପ୍ରଦାନ ବେଳେ ଏହାକୁ ଭରଣା କରାଯିବ। ଅନୁରୂପ ପ୍ରକ୍ରିୟା େଗାଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ସହାୟତା େନଇଥିବା େକ୍ଷତ୍ରରେ ବି କରାଯିବ। ବାକି ୧୨ହଜାର ବଡ଼ ଚାଷୀଙ୍କ େକ୍ଷତ୍ରରେ କଣ ପଦକ୍ଷେପ ନିଆଯିବ, େସ େନଇ ଚିନ୍ତା କରାଯାଉଛି। ସରକାର ଅର୍ଥ େଫରସ୍ତ ଆଣିବା ଲାଗି ଏକ ଆକାଉଣ୍ଟ ନମ୍ବର ବି ଜାରି କରିଛନ୍ତି। ସରକାରଙ୍କ ଏ ଯୁକ୍ତି କିନ୍ତୁ ତାଜୁବ କଲାଭଳି। କାରଣ ୧୨ ହଜାର ବଡ଼ ଚାଷୀ, ଯାହାକୁ ସରକାର ପିଏମ୍ କିଷାନର େଲାଭ ଦେଖାଇଛନ୍ତି, ତାହା ଆଜି ଯାଏ ଅସ୍ପଷ୍ଟ ରହିଛି। ସରକାର ଏ େଯାଜନାର ତାଲିକା ଜାରି କରିନାହାନ୍ତି। େଯଉଁ ନାମ ତାଲିକା ଦିଆଯାଇଛି, ସେଥିରେ ଏମାନେ ଅଛନ୍ତି ବା ରହିବେ, ଏ ଗ୍ୟାରେଣ୍ଟି କିଏ ଦେବ? ସେହିଭଳି େଯଉଁ ନାବାଳକ ବା ନା ବାଳିକାଙ୍କୁ ଟଙ୍କା ଦିଆଯାଇଛି, ସେମାନେ ବା ତାଙ୍କ ପରିବାର କାଳିଆ େଯାଜନାର ହିତାଧିକାରୀ ହେବା ପାଇଁ େଯାଗ୍ୟ, ଏକଥା ସରକାର କେମିତି ଜାଣିଲେ? ଯଦି ସେମାନଙ୍କ ପରିବାର େଯାଗ୍ୟ ଥିଲେ, ତେବେ ନାବାଳକଙ୍କ ନାମରେ ଟଙ୍କା କେମିତି େନଉଥିଲେ? ୨୦ ହଜାର ସରକାରୀ ଚାକିରିଆ ଟଙ୍କା େଫରାଇ ପାରନ୍ତି। ତାଙ୍କ ଦରମା ସରକାର କାଟିପାରିବେ। ହେଲେ ସଂପୃକ୍ତ ସରକାରୀ କର୍ମଚାରୀ ଭୁଲ ତଥ୍ୟ ଦେଇ ଆବେଦନ କରିଥିବା ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ େନବାକୁ ମଧ୍ୟ ବାଧ୍ୟ ହେବେ। ଅନ୍ୟଥା ଏହା ଯେଉଁ ଉଦାହରଣ ସୃଷ୍ଟି କରିବ, ତାର ଫାଇଦା ଅନ୍ୟ େକ୍ଷତ୍ରରେ ମଧ୍ୟ ସରକାରୀ କର୍ମଚାରୀ େନଇପାରନ୍ତି। ୨୦ ହଜାର କର୍ମଚାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ େହାଇପାରିବ? ସବୁଠାରୁ ବଡ଼ କଥା େହଉଛି, ୩ଲକ୍ଷ ହିତାଧିକାରୀଙ୍କ େକ୍ଷତ୍ରରେ ପରବର୍ତୀ କିସ୍ତିରେ ଭରଣା ମଧ୍ୟ ସହଜ ସାଧ୍ୟ ନୁହେଁ। କାରଣ େସ କ୍ଷେତ୍ରରେ ସଂପୃକ୍ତ ଘରର ମୁରବି କିଏ, ପରିବାର ଯୌଥ ଅଛି ନା ନାହିଁ ? ସଂପୃକ୍ତ ପରିବାର ଯଦି କାଗଜପତ୍ରରେ ଭିନ୍ନ ଭିନ୍ନ ରହୁଥିବା ଦର୍ଶାଇଥାନ୍ତି, ତେବେ ସରକାର କେଉଁଠୁ େକମିତି ଭରଣା କରିବେ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ସରକାରରେ ଆସିବା ଦିନ ହିଁ ଚାଷୀଙ୍କୁ ବକେୟା କାଳିଆ ଟଙ୍କା ଦିଆଯିବ େବାଲି େଘାଷଣା କରିଥିେଲ। ଆଜି ସରକାରଙ୍କ ପକ୍ଷରୁ ପୁଣି ପ୍ରତିଶ୍ରୁତି ଦିଆଯାଇଛି, ସେପ୍ଟେମ୍ବର ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଖରିଫ୍ ୨୦୧୯ ପାଇଁ ‘କାଳିଆ’ ସହାୟତା ରାଶି ପାଇପାରିବେ। ସେପଟେ ବାକିଥିବା ୪୦ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତ ଯାଞ୍ଚ େହାଇସାରିଛି ଓ କେତେ ବାଦ ପଡିବେ ସ୍ଥିର େହାଇସାରିଲାଣି। ୧୦ଲକ୍ଷ ହିତାଧିକାରୀଙ୍କୁ େଯାଗ୍ୟ ବିବେଚିତ କରାଯାଇଛି। ସେମାନଙ୍କ ଆକାଉଣ୍ଟ ନମ୍ବର ବି ଠିକ୍ ଅଛି। ଏମାନଙ୍କୁ ଏହି କିସ୍ତିରେ ଟଙ୍କା ମିଳିବ। ଅର୍ଥାତ୍ ତାଲିକାରେ ଆଉ ୧୦ଲକ୍ଷ ହିତାଧିକାରୀ େଯାଡି ହେବେ। ୨୦୧୮ ଡିସେମ୍ବର ମାସରେ ସରକାର ‘କାଳିଆ’ େଯାଜନା ଆରମ୍ଭ କରିଥିଲେ। ୨୦୧୯ େମ’ ସୁଦ୍ଧା ୩୬ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଥିଲା। ସେହିପରି ୧୪ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ କୃଷି ପରିବାରକୁ ମଧ୍ୟ ଚିହ୍ନଟ କରାଯାଇ ଅନଲାଇନ୍ ମାଧ୍ୟମରେ ୫ହଜାର ଟଙ୍କା ହିସାବରେ ଅର୍ଥ ପ୍ରଦାନ କରାଯାଇଥିଲା। ସର୍ବମୋଟ ୫୧ଲକ୍ଷ ୫ ହଜାର ୨୯୦ ଜଣ କୃଷକ ବା ଭାଗଚାଷୀ ଅଥବା ଭୂମିହୀନ କୃଷି ପରିବାର େମ’ ୨୯ ତାରିଖ ସୁଦ୍ଧା ଅନ୍ତର୍ଭୁକ୍ତ ସହାୟତା ରାଶି ପାଇଥିଲେ। ଉଲ୍ଲେଖଯୋଗ୍ୟ, ସରକାରଙ୍କ ପକ୍ଷରୁ ଆଜି କୁହାଯାଇଛି କୌଣସି େଯାଗ୍ୟ ହିତାଧିକାରୀ ଯଦି ଅନୁଭବ କରନ୍ତି େଯ ସେମାନେ ଭୁଲକ୍ରମେ ତାଲିକାରୁ ବାଦ ପଡିଛନ୍ତି, ତେବେ ସେମାନେ ଦସ୍ତାବିଜ ସହ ସାନି ଆବେଦନ କରିପାରିବେ।

୩ଲକ୍ଷ ୪୧ ଅଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଚାଷୀଙ୍କ ଟଙ୍କା
ତାଲିକାରେ ସରକାରୀ ଚାକିରିଆ, ନାବାଳକ ହିତାଧିକାରୀ
ଟଙ୍କା େଫରସ୍ତ ପାଇଁ ନାଲିଆଖି େଦଖାଇଲା କୃଷି ବିଭାଗ
ଆଉ ୧୦ଲକ୍ଷ ସାମିଲ, ମାସ େଶଷ ସୁଦ୍ଧା ଖରିଫ୍ କିସ୍ତି

ଦାୟୀ କିଏ?
ଭୁବନେଶ୍ବର: ‘କାଳିଆ’ କେଳେଙ୍କାରୀକୁ େନଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହେଲାଣି। ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଟଙ୍କା ମିଳିବ େବାଲି ଏହି େଯାଜନାଟି େଯମିତି ଆେଲାଚନା ଭିତରେ ଥିଲା, ଏବେ ଟଙ୍କା େଫରସ୍ତ ପ୍ରକ୍ରିୟା ସାଧାରଣରେ ସେମିତି ଆତଙ୍କ ସୃଷ୍ଟି କଲାଣି। କିଛି ଅଧିକାରୀଙ୍କ ଭୁଲ କାରଣରୁ ଏବେ ସରକାରଙ୍କ ଏହି େମଗା େଯାଜନା ବିପକ୍ଷରେ ଚର୍ଚ୍ଚା େଜାର ଧରିଲାଣି। ତେବେ ପ୍ରଶ୍ନ ଉଠିଲାଣି, ହିତାଧିକାରୀ କଣ ସରକାରଙ୍କ େଟ୍ରଜେରିରୁ ହାତ ପୂରାଇ ଟଙ୍କା େନଇଯାଇଥିଲେ? ନିର୍ବାଚନ ପୂର୍ବରୁ ଯଦି ସେମାନେ େଯାଗ୍ୟ ଥିଲେ, ଏବେ ଅଯୋଗ୍ୟ ହେଲେ କେମିତି? ସେତେବେଳେ େଯଉଁ ଅଧିକାରୀମାନେ ‘ହଁ’ ମାରିବାରୁ ସରକାରଙ୍କ ଆକାଉଣ୍ଟରୁ ସେମାନଙ୍କ ନିକଟକୁ ଅର୍ଥ ଗଲା। ଏବେ ସେମାନେ ପୁଣି କେଉଁ ନିୟମ ବଳରେ ଅଯୋଗ୍ୟ େବାଲି ଚିହ୍ନଟ କରୁଛନ୍ତି? ଏହି ଅଧିକାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ନେବା ସଂପର୍କରେ ସରକାର ଚୁପ୍ କାହିଁକି?

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ତରବରିଆ ଭାବେ କାଳିଆ େଯାଜନା କାର୍ଯ୍ୟକାରୀ େହାଇଥିଲା। ସମଗ୍ର ଦେଶରେ େଯତେବେଳେ ଚାଷୀଙ୍କ ଋଣ ଛାଡ ଲାଗି ପ୍ରତିେଯାଗିତା ଚାଲିଥିଲା, ଓଡ଼ିଶା କୃଷକମାନଙ୍କ ଜୀବିକା ଓ ଆୟ ବୃଦ୍ଧି ଲାଗି ଏଭଳି େଯାଜନାର ପରିକଳ୍ପନା କରିଥିଲା। ରାଜ୍ୟ ସରକାରଙ୍କ ଏହି େଯାଜନାକୁ ଜାତୀୟସ୍ତରର ବହୁ ଅର୍ଥନୀତିଜ୍ଞ, ଏପିରିକି େକନ୍ଦ୍ର ସରକାରଙ୍କ ତତ୍କାଳୀନ ଅର୍ଥ ପରାମର୍ଶଦାତା ଏବଂ ଏପରିକି ନିତି ଆୟୋଗ ପ୍ରଶଂସା କରିଥିଲେ। ପରବର୍ତୀ ସମୟରେ େକନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ୍ େଯାଜନା କରିଥିଲେ, ଯାହା ଓଡ଼ିଶା ସରକାରଙ୍କ ଢାଞ୍ଚାରେ େହାଇଥିଲା। ହେଲେ ଏତେ ବଡ଼ େଯାଜନାକୁ କିଛି ସରକାରୀ ଅଧିକାରୀ ଏଭଳି ବାଟକୁ େଠଲିଦେଲେ, ଯେଉଁଥିପାଇଁ ସରକାର ବଦନାମ ମୁଣ୍ଡାଇଲେଣି। ଏହି ଅଧିକାରୀମାନେ ତରବରିଆ ପଦକ୍ଷେପ କାରଣରୁ ଏଭଳି ଭୁଲ କଲେ ନା େଯାଜନାବଦ୍ଧ ଷଡ଼ଯନ୍ତ୍ର ଥିଲା, ତାହାକୁ େନଇ ସନ୍ଦେହ ବି ବଢିଲାଣି। କେବଳ ସେତିକି ନୁେହଁ, ଓଡ଼ିଶାରେ ଭାଗଚାଷୀ ଆଇନ ନିଷିଦ୍ଧ ଅଛି। ଯଦି କୌଣସି ଜମି ମାଲିକ, ଜମି ଭାଗଚାଷରେ ଦେଇଥିବା ସଂପର୍କରେ ସରକାରଙ୍କ ନିକଟରେ ପ୍ରମାଣ ରହେ, ତେବେ ଆଇନତଃ ସଂପୃକ୍ତ ମାଲିକ ଜମି ହରାଇବା ସମ୍ଭାବନା ରହିଛି। ଏଣୁ ସରକାର ଚତୁରତାର ସହିତ ପ୍ରକୃତ ଚାଷୀଙ୍କୁ ଅର୍ଥ ଦେବା କଥା କହି ଆସୁଥିଲେ, ଯଦିଓ ଭାଗଚାଷୀଙ୍କୁ ମିଳୁଥିଲା। ଆଜି କିନ୍ତୁ ପ୍ରଥମ ଥର ପାଇଁ କୃଷି ବିଭାଗ େପ୍ରସ ଇସ୍ତାହାର ଜାରି କରି ଭାଗଚାଷୀଙ୍କୁ ଏହି େଯାଜନାରେ ସାମିଲ କରାଯାଇଥିବା ସଂପର୍କରେ ନିର୍ଦିଷ୍ଟ ତଥ୍ୟ ରଖିଛନ୍ତି। ସରକାର ଭାଗଚାଷୀଙ୍କୁ କିଭଳି ଚିହ୍ନଟ କଲେ, ଏହା ବେଆଇନ େହାଇଥିବା ବେଳେ କୃଷି ବିଭାଗ ନିଜେ କିଭଳି ଆଇନ ଫାଙ୍କିଲେ, ତାହା ଏବେ ନୂଆ ବିତର୍କ ସୃଷ୍ଟି କଲାଣି। ରାଜ୍ୟ ସରକାରଙ୍କ ତିନି ତିନିଟି ବିଭାଗ ହିତାଧିକାରୀ ଚୟନ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଏତେ ପରେ ବି ଏକ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରାଯାଇନପାରିବା ଅନୁସନ୍ଧାନ ସାପେକ୍ଷ।

ଉଲ୍ଲେଖଥାଉକି, ରାଜ୍ୟ ସରକାରୀ କର୍ମଚାରୀଙ୍କ ଭୁଲ ଲାଗି ଖାଦ୍ୟ ସୁରକ୍ଷା ଆଇନ ତାଲିକାରେ ମଧ୍ୟ ୧୦ଲକ୍ଷ ପାଖାପାଖି ଅଯୋଗ୍ୟ ହିତାଧିକାରୀ ବର୍ଷ ବର୍ଷ ଧରି ରାସନ ଆଦି େନଉଥିଲେ। ଏସବୁ ଚୟନ େକ୍ଷତ୍ରରେ ତଳସ୍ତରରେ େହଉଥିବା ତ୍ରୁଟି ସରକାରଙ୍କ ପାଇଁ ପଛରେ ବଡ଼ ସମସ୍ୟା ଭାବେ ଉଭା େହଉଛି।

ସମ୍ବନ୍ଧିତ ଖବର