ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ପାହାଡ଼ପଦର ପଞ୍ଚାୟତର ପୂର୍ବ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ୪୭ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଘଟଣା ସୋମବାର ‘ସମ୍ବାଦରେ ପ୍ରକାଶ ପାଇଥିଲା। ଏହା ପରେ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ୍‌ ପାହାଡ଼ପଦର ପଞ୍ଚାୟତର ପୂର୍ବ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ୪୭ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ସୋମବାର ‘ସମ୍ବାଦରେ ପ୍ରକାଶ ପାଇବା ପରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ତତ୍ପରତା ପ୍ରକାଶ କରିଛି।

Advertisment

ଗତ ୧୫ ଦିନ ଧରି ଦେବାନନ୍ଦ ସାଗର କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ବିଭାଗ ଲାଞ୍ଜିଗଡ଼ ବ୍ଲକ୍‌କୁ ସବିଶେଷ ତଥ୍ୟ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲା। ବ୍ଲକ୍‌ ପଞ୍ଚାୟତ ଅଧିକାରୀ ଆଜି ଏହି ପଞ୍ଚାୟତର କାଗଜପତ୍ର ନେଇ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ହାଜର ହୋଇଥିଲେ। ଅଧିକ ସୂଚନା ପାଇଁ ପଞ୍ଚାୟତ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ଅବଗତ କରିଥିଲା।