ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଲୋକଙ୍କ ଅଜାଣତରେ ଆକାଉଣ୍ଟରୁ ଋଣ ଉଠାଣ

ବ୍ୟାଙ୍କ କର୍ମଚାରୀ ଓ ଦାଲାଲଙ୍କ ନାମରେ ଥାନାରେ ମାମଲା ରୁଜୁ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ କିଛି ବ୍ୟାଙ୍କ ଦଲାଲଙ୍କ ମଧୁଚନ୍ଦ୍ରିକାରେ କିଛି ନିରିହ ତଥା ଗରିବ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସେମାନଙ୍କ ଅଜାଣତରେ ସେମାନଙ୍କର ଦସ୍ତଖତ ଜାଲ କରି ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଣ କରି ହଡପ କରାଯାଇଛି। ଏଇ ଋଣ ଉଠାଣ କରାଯାଇ ଦଲାଲ ଓ ବ୍ୟାଙ୍କର କିଛି କର୍ମଚାରୀ ହଡପ କରିଥିବା ବେଳେ ସଂପୃକ୍ତ ଆକାଉଣ୍ଟ ହୋଲଡର ଏ ବିଷୟରେ କିଛି ଜାଣି ନଥିବା ବନ୍ତ ଥାନାରେ ଅଭିଯୋଗ ହୋଇଛି। କବେଳ ସେତିକି ନୁହେଁ, ବ୍ୟାଙ୍କରୁ ଋଣ ପ୍ରଦାନ ବେଳେ ଆକାଉଣ୍ଟ ହୋଲଡର ଜାଣି ନଥିବା ବେଳେ ଏବେ ଏଇ ଲୋକଙ୍କ ଘରକୁ ଖୋଜି ଖୋଜି ବ୍ୟାଙ୍କର କିଛି କର୍ମଚାରୀ ଆସି ତୁମେ ବ୍ୟାଙ୍କରୁ କରିଥିବା ଋଣ ଉଠାଣର ଟଙ୍କା କାହିଁକି ଶୁଝୁ ନାହଁ। ସୁଧ ମୂଳ ସହ ତୁମର ଋଣ ଟଙ୍କା ଦେବାକୁ ପଡିବ ବୋଲି ବ୍ୟା‌ଙ୍କର କିଛି କର୍ମଚାରୀ ଗାଁ ଗାଁ ବୁଲି ଲୋକଙ୍କୁ ତାଗିଦ୍ କରିବାପରେ ଘଟଣା ପଦାକୁ ଆସିଛି।

ଗତ ମାସ ସରମରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଣ କରାଯାଇ ଦଲାଲ ଓ ବ୍ୟାଙ୍କ କର୍ମଚାରୀ ଏଇ ଋଣ ଟଙ୍କାକୁ ଲୁଟି ଖାଇ୍‌ଥିବା କଥା ଜଣାପଡିବା ପରେ ଅଭିଯୋଗ ବନ୍ତ ଥାନାରେ ପହଞ୍ଚିଥିଲା। ସଂପୃକ୍ତ ଦଲାଲ ଏଇ ଋଣ ଟଙ୍କା ଆତ୍ମସାତ କରିଥିବା ବେଳେ ଟଙ୍କା ଫେରାଇ ନଥିବା ବେଳେ ଏବେ ପୁଣି ଏହି ବ୍ୟାଙ୍କରୁ ଅନ୍ୟ ଜଣେ ଲୋକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଣ କରାଯାଇଥିବା ନେଇ ଆଉ ଏକ ଅଭିଯୋଗ ବନ୍ତ ଥାନାରେ କରାଯାଇଛି।

ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂହ ଗ୍ରାମର ଜଗନ୍ନାଥ ବେହେରା ନାମକ ଜଣେ ଯୁବକଙ୍କ ନାମରେ ବନ୍ତ ପଞ୍ଜାବ ନ୍ୟାସନାଲ ବ୍ୟ‌ାଙ୍କରେ ଖୋଲାଯାଇଥିବା ସେଭିଙ୍ଗସ୍ ଆକାଉଣ୍ଟ ନମ୍ବର – ୧୨୭୨୦୦୦୧୨୨୧୪୦୬୬୦ ରୁ ୪ ଲକ୍ଷ ଟଙ୍କାର ଋଣ ଉଠାଣ କରାଯାଇଛି। ଗତ ୧୪/୬/୨୦୧୬ ମସିହାରେ ଏଇ ଋଣ ଉଠାଣ କରାଯାଇଥିବା ଜଣାପଡିଛି। ଏବେ ଏଇ ଋଣର ସୁଧ ଓ ମୂଳ ମିଶି ୪ ଲକ୍ଷ ୪୬ ହଜାର ୯୪୪ ଟଙ୍କା ହୋଇଛି। ବ୍ୟାଙ୍କର କିଛି କର୍ମଚାରୀ ଏବେ ଜଗନ୍ନାଥଙ୍କ ଘରକୁ ଆସି ଏଇ ଋଣ ତୁମେ ଆଣିଛ। ଋଣ ଶୁଝିବା ନେଇ ବ୍ୟାଙ୍କ କହିବା ପରେ ଜଗନ୍ନାଥ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବ୍ୟାଙ୍କ ନଯାଇ କିଭଳି ତାଙ୍କ ନାମରେ ଋଣ ଉଠାଣ ହେଲା। ଓ ଏଇ ଋଣ ଟଙ୍କା ବ୍ୟାଙ୍କ କାହାକୁ ଦେଲା ବୋଲି ଥାନାରେ ଅଭିଯୋଗ କରିଛି।

ବ୍ୟାଙ୍କ ଖାତାରେ କୌଣସି ଦସ୍ତଖତ କରିନଥିବା ବେଳେ ତାଙ୍କ ନାମରେ କିଭଳି ଓ କେଉଁ ପରିସ୍ଥିତିରେ ଟଙ୍କା ଉଠାଣ କରାଯାଇଛି। ତାହାର ତଦନ୍ତ କରିବାକୁ ସେ ବନ୍ତ ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ। ଏଇ ଋଣ ଟଙ୍କା ତାମର ବଡ ଭାଇ ଖଗେଶ୍ବର ବେହେ‌ରା ଜାଲ କରି ଉଠାଣ କରିନେଇଥିବା ନେଇ ମଧ୍ୟ ଜଗନ୍ନାଥ ତାଙ୍କ ଏତଲାରେ ଲେଖିଛନ୍ତି। କେବଳ ତାଙ୍କ ବଡ ଭାଇ ଜଗନ୍ନାଥ ନୁହେଁ, ଏଇ ଋଣ ଲୁଟ୍ ରେ ବ୍ୟାଙ୍କର କିଛି କର୍ମଚାରୀଙ୍କର ସଂପୃକ୍ତି ରହିଥିବା ନେଇ ଜଗନ୍ନାଥ ଅଭିଯୋଗ କରିଛନ୍ତି। କେବଳ ଜଗନ୍ନାଥଙ୍କ ଆକାଉଣ୍ଟରୁ ଋଣ ଟଙ୍କା ଉଠାଣ କରାଯାଇଛି ତାହା ନୁହେଁ, ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀଙ୍କ ନାମରେ ମଧ୍ୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଈ ଟଙ୍କା ଉଠାଣ କରାଯାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରାଯାଇଥିବା ବେଳେ ସେମାନେ ଉଭୟ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏଇ ଅଭିଯୋଗମୂଳେ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କରୁ ଲୋକଙ୍କ ନାମରେ ଦଲାଲ ଋଣ ଉଠାଣ କରି ବ୍ୟାଙ୍କ କର୍ମଚାରୀଙ୍କୁ ହାତକରି ସବୁ ଟଙ୍କାକୁ ଚଳୁ କରିଦେଇଥିବା ବେଳେ ନିରିହ ଲୋକମାନେ ବିଚରା ଋଣ ବୋଝ ମୁଣ୍ଡାଇଛନ୍ତି। ଏବେ ବ୍ୟାଙ୍କ ସେମାନଙ୍କଠାରୁ ଋଣ ଅସୁଲ ପାଇଁ ଗୋଡାଉ ଥିବା ବେଳେ ଏଇ ଲୋକମାନେ ଆଦୌ ଋଣ ସଂପର୍କରେ କିଛି ନଜାଣି କିଭଳି ବ୍ୟାଙ୍କକୁ ଋଣ ଟଙ୍କା ପରିଶୋଧ କରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି। ଗରିବ ଲୋକଙ୍କ ନାମରେ ବ୍ୟାଙ୍କ ଖାତା ଖୋଲି କିଛି ଦାଲାଲ ଋଣ ଉଠାଇ ହଡପ କରିଥିବା ବେଳେ ଏଇ ଋଣ ହଡପକାରୀ ଦଲାଲଙ୍କୁ ଖୋଜୁଛି ବନ୍ତ ପୁଲିସ୍। ବନ୍ତ ପୁଲିସ କେବେ ଏଇ ନିରିହ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ। କେବେ‌ ଅଭିଯୁକ୍ତ ଗିରଫ ହେବେ ତାହାକୁ ବନ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବନ୍ତ ଶାଖା ଉପରେ ଏବେ ଲୋକଙ୍କର ଭରସା ତୁଟିବାକୁ ବସିଛି। ଘଟଣାରେ ଉପଯୁକ୍ତ ତଦନ୍ତ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଭିଯୋଗକାରୀମାନେ ଭଦ୍ରକ ଏସପି ଅଫିସ୍ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର