Fraud is rampant everywhere from petrol pumps to gold shops: Food Supply Minister
ଭୁବନେଶ୍ବର: ଓଜନ, ମାପରେ ଠକେଇ କରୁଥିଲେ ସାବଧାନ। ଅସାଧୁ ବ୍ୟବସାୟୀଙ୍କୁ ରାଜ୍ୟ ସରକାରଙ୍କ କଡ଼ା ଚେତାବନୀ। ଚଢ଼ାଉ ଜୋରଦାର କରିବାକୁ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧରା ପଡ଼ିଲେ ମୋଟା ଅଙ୍କ ର ଫାଇନ ସହ ମାମଲା ରୁଜୁ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।।
ଅନେକ ସ୍ଥାନରେ ଭୁଲ୍ ଏବଂ ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି । ତେଣୁ ଚଢ଼ଉ ଜୋରଦାର କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କାହା ଉପରେ ଦୟା ଦେଖାନ୍ତୁ ନାହିଁ । ଆଖି ଦୃଶିଆ ଫାଇନ କରନ୍ତୁ । ଏମିତି ହେଲେ ଅସାଧୁ ବ୍ୟବସାୟୀଙ୍କୁ ମଧ୍ୟରେ ଭୟ ସୃଷ୍ଟି ହେବ । ଖାଉଟିଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ନେଇ କାମ କରିବାକୁ ଅଧିକାରୀଙ୍କୁ ଆହ୍ଵାନ ଦେଲେ ମନ୍ତ୍ରୀ । ବ୍ଲକ ସ୍ତରରେ ମଧ୍ୟ ଖାଉଟି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯେମିତି ଠକାମୀର ଶିକାର ହେଲେ ଅଭିଯୋଗ କରିବାକୁ ଖାଉଟିଙ୍କ ସାହସ ମିଳିପାରିବ।
ପେଟ୍ରୋଲ ପମ୍ପ, ସୁନା ଦୋକାନ ଠାରୁ ଆରମ୍ଭ କରି ଚିକେନ ଦୋକାନରେ ମଧ୍ୟ ଓଜନ, ମାପ ଠକେଇ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ଠକେଇ ନିୟନ୍ତ୍ରଣ ପାଇଁ ମନ୍ତ୍ରୀ କହିଛନ୍ତି ମନ୍ତୀ। ସୁନା ଦୋକାନ ଗୁଡ଼ିକ ଉପରେ ଚଢ଼ଉ ବଢ଼ାଇବା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ୱାଲିଟି ଏବଂ କ୍ୱାଣ୍ଟିଟି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟିଙ୍କୁ କେମିତି ସଠିକ୍ ମାପରେ ସାମଗ୍ରୀ ମିଳିବ ସେଥିପାଇଁ ସଚେତନ ହେବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଉପଦେଶ। ଶୋଇ ରହିଲେ ଅସାଧୁ ବ୍ୟବସାୟୀ ସୁଧୁରିବେ ନାହିଁ । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ସରକାର କାମ କରୁଛନ୍ତି । ଚଢ଼ଉ ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଦୁର୍ନୀତି ମୂଳୋତ୍ପାଟନ ହୋଇପାରିବ ।
ଯେଉଁ ଅଫିସର ଚଳିତ ବର୍ଷ ଅଧିକ ଚଢ଼ଉ କରିବେ ଆସନ୍ତା ବର୍ଷ ସେମାନଙ୍କୁ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଯାହା ଆବଶ୍ୟକ ସେଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇ ଦେବେ। ଗାଡି, ବିଲ୍ଡିଂ ସବୁ ଆବଶ୍ୟକତା ପୂରଣ କରାଯିବ। ଆଜି ନିଖିଳ ଓଡ଼ିଶା ବୈଧ ମାପ ବିଜ୍ଞାନ ଅଧିକାରୀ ସଂଘର ୪୦ ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିଛନ୍ତି।।
ରାସନ କାର୍ଡ ଇ-କେୱାଇସି ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ । ଖାଦ୍ୟ ଯୋଗାଣ ବିଭାଗରେ ଇ-କେୱାଇସି ଲାଗୁ କରିବା ଯୋଗୁ ୫ ଲକ୍ଷ ୭୫ ହଜାର ମୃତ ଲୋକଙ୍କ ନାଁରେ ରାସନ କାର୍ଡ ଥିବା ଜଣା ପଡିଲା । ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା । ୧ ଲକ୍ଷ ୫ ହଜାର ଆୟକର ଦେଉଥିବା ଲୋକ କାର୍ଡ ଫେରାଇଛନ୍ତି । ତାପରେ ୬ ଲକ୍ଷ ଗରିବ ଲୋକ କାର୍ଡ ପାଇଛନ୍ତି। ୧୪ ଲକ୍ଷ ଲୋକ ଆବେଦନ କରି କାର୍ଡ ଅପେକ୍ଷା କରିଥିଲେ । ରାସନ କାର୍ଡ ପାଉ ନଥିଲେ । ଧନୀ ଲୋକ ଯେଉଁଠି କାର୍ଡ ପାଇଛନ୍ତି, ସେଗୁଡିକୁ କାଟିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ତୋଦ୍ୟାୟ କାର୍ଡ ମଧ୍ୟ ଅନେକ ଧନୀ ଲୋକ ହାତେଇଛନ୍ତି । ତା ଉପରେ ମଧ୍ୟ ଚଢାଉ ଚାଲିଛି । ଗରିବ ଲୋକଙ୍କୁ କେମିତି କାର୍ଡ ମିଳିବ ତା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
Follow Us