ବେଆଇନ ବିଏଡ୍ ପ୍ରଶିକ୍ଷଣ ନାମରେ ଠକେଇ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବିଭିନ୍ନ ଯୁବକଯୁବତୀଙ୍କୁ ସରକାରୀ ସ୍ୱୀକୃତିପ୍ରାପ୍ତ ବିଏଡ୍ ପ୍ରଶିକ୍ଷଣ ଓ ନିଶ୍ଚିତ ଚାକିରିର ପ୍ରଲୋଭନ ଦେଖାଇ ଏକ ସଂସ୍ଥା ଠକେଇ ଆଦି ବେଆଇନ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳର ବିଆଇଏମ୍ଏଟି ଇନ୍ଷ୍ଟିଚ୍ୟୁଟ୍ ନାମକ ଏକ ସଂସ୍ଥା ଖୋର୍ଦ୍ଧାର ବିଭିନ୍ନ ଅଂଚଳର ଶିକ୍ଷିତ ଯୁବକଯୁବତୀଙ୍କୁ ବିଏଡ୍ ଓ ଏମ୍ଏଡ୍ ରେ ନିୟମିତ ଓ ଡିଷ୍ଟାନ୍ସ କୋର୍ସରେ ପ୍ରଶିକ୍ଷଣ ଦେବା ନାମରେ ଠକୁ ଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ସଂସ୍ଥା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ, ରାୟଲସୀମା ବିଶ୍ୱବିଦ୍ୟାଳୟ ଓ ମାଡ୍ରାସର ଦକ୍ଷିଣ ଭାରତ ହିନ୍ଦି ପ୍ରଚାର ସଭା ଦ୍ୱାରା ଅନୁଦିତ ଏଡି ବିଏଡ୍ ପାଠ୍ୟକ୍ରମ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଏହା ଉକ୍ତଳ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା ବିଏଡ୍ ପାଠ୍ୟକ୍ରମର ସମକକ୍ଷ ବୋଲି ସୂଚନା ଦେଇଛି ।

ଏନେଇ ଏକ ଅଭିଯୋଗ ସୂଚନା ଅଧିକାର କର୍ମୀ ଅମିତ ମାନେ୍ଧାତିଆ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଧାରରେ ଓ ଠକାମୀର ଶିକାର ହୋଇଥିବା କେତେକ ଯୁବକଯୁବତୀଙ୍କ ଅଭିଯୋଗକୁ ନେଇ ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚଳିତ ଅପ୍ରିଲ୍ ୪ ତାରିଖରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ । ତେବେ ଏଯାଏଁ ଏନେଇ ରିପୋର୍ଟ ଦାଖଲ ହୋଇନଥିବାରୁ ଚଳିତ ମାସ ୩ ତାରିଖରେ ପୁଣିଥରେ ଉଚ୍ଚ ଶିକ୍ଷା ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏନେଇ ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅଭିଯୋଗ ଅନୁସାରେ, କେବଳ ଖୋର୍ଦ୍ଧା ନୁହେଁ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟ ଏଭଳି ଅନେକ ଯୁବକଯୁବତୀ ସେହି ସଂସ୍ଥା ଦ୍ୱାରା ଠକାମୀ ଓ ବେଆଇନ କାର୍ଯ୍ୟର ଶିକାର ହୋଇଛନ୍ତି ।

ସମ୍ବନ୍ଧିତ ଖବର