କୋରାପୁଟ: କୋରାପୁଟରେ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆମ ଆଦମୀ ପାର୍ଟିର କୋରାପୁଟ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ଆସନ୍ତା ୧୮ ତାରିଖ (ରବିବାର)ରେ ସ୍ଥାନୀୟ ‘ନଗରଭବନ’ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମଳିନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ସଂଯୋଜକ ରବି ନାରାୟଣ ପାତ୍ର ଓ ପୁରୀ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ କୋରାପୁଟ ଜିଲ୍ଲାରେ ପ୍ରତି ପରିବାରକୁ ୨୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ କରାଯାଉ। ଯେଉଁ ଅଂଚଳରୁ ବିଦ୍ୟୁତ ଉତ୍ପାଦନ ହେଉଛି ସେହି ଅଂଚଳର ଲୋକଙ୍କୁ ବିଦ୍ୟୁତ ମିଳୁନାହିଁ । ଜିଲ୍ଲାରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥୁବା ଛୋଟ ଛୋଟ ସଂଗଠନର ସମର୍ଥନ ହାସଲ କରି ନିଜର ସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଛି। ଜଲାପୁଟ ଜଳଭଣ୍ଡାର ପ୍ରକଳ୍ପ ବିସ୍ଥାପିତଙ୍କୁ ବିଦ୍ୟୁତ ମିଳୁନାହିଁ। ବୁଡି ଅଂଚଳ ସଂଗଠନ ପକ୍ଷରୁ ଏଥିନେଇ ସରକାରଙ୍କ ନିକଟରେ ଦାବି କରାଯାଉଛି। ହେଲେ ସରକାର ଦାବି ପୂରଣ କରୁନାହାନ୍ତି । ଆଗାମୀ ଦିନରେ ବୁଡି ଅଂଚଳ ସଂଗଠନର ସହଯୋଗ ମିଳିଲେ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି। ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇଦେବାକୁ ଘରେ ଘରେ ଲୋକଙ୍କୁ ବାର୍ତ୍ତା ପହଂଚାଇବାକୁ ଉଦ୍ୟମ କରାଯିବ। ବିଜୁଳି, ପାଣି, ସ୍ବାସ୍ଥ୍ୟ, ଶିକ୍ଷା, ରୋଜଗାର ଯୋଗାଇବା ଆମର ଲକ୍ଷ୍ୟ ରହିଛି।
ସଂଗଠନ ଦୃଷ୍ଟିରୁ କୋରାପୁଟ ଜିଲ୍ଲାକୁ ଗୁରୁତ୍ବ ଦିଆଯାଉଛି। କୋରାପୁଟ ଲୋକଙ୍କ ସମର୍ଥନରେ ବର୍ତ୍ତମାନ ଆମ ଆଦମୀ ପାର୍ଟି ବକଳ୍ପ ଭାବେ ଉଭା ହେବାକୁ ଯାଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଏହି ଦଳର ଜିଲ୍ଲାରେ ବର୍ତ୍ତମାନ ୨୬୦ ଜଣ ସଭ୍ୟ ରହିଛନ୍ତି । ଆଗାମୀ ଦିନରେ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ସମ୍ମିଳନୀରେ ଜିଲ୍ଲା ସଂଯୋଜକ ରବି ନାରାୟଣ ପାତ୍ର, ବୈକୁଣ୍ଠ ସାହୁ, ସୁନାବେଡ଼ା ନଗର ସଭାପତି, ପାର୍ଟିର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG_20220914_171319.jpg)