ଅନ୍ୟ କେତେକ ରାଜ୍ୟ ପରେ ଏବେ ଓଡ଼ିଶାରେ ବି ମାଗଣା ଟିକା ଯୋଗାଇ ଦେବାକୁ ଦାବି କଲେ ବିରୋଧୀ

ଭୁବନେଶ୍ବର: ମାଗଣାରେ ଟିକା ଯୋଗାଇ ଦେବାକୁ ଛତିଶଗଡ଼, ମଧ୍ୟପ୍ରଦେଶ , ଆସାମ ଓ ଉତ୍ତରପ୍ରଦେଶ ସରକାର ଘୋଷଣା କରିବା ପରେ ଓଡ଼ିଶାରେ ମଧ୍ୟ ସମାନ ଦାବି ଉଠାଇଛନ୍ତି ବିରୋଧୀ । ଓଡ଼ିଶା ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ।

କରୋନା ସଂକ୍ରମଣ ବୃଦ୍ଧି, ଟିକା ଓ ଅକ୍ସିଜେନର ଅଭାବକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କୁାନୁନଗୋ । ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ ଉଠାଇବା ପ୍ରଶ୍ନ ସତ ନା ମିଛ, ଯଦି  ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଛି ଏଥିପାଇଁ କିଏ ଦାୟୀ ରହିବେ । ଏଭଳି ୧୦ଟି ପ୍ରଶ୍ନ ପଚାରିଛନ୍ତି ପଞ୍ଚାନନ କାନୁନଗୋ।

‘କୁମ୍ଭମେଳା’ର ଗଙ୍ଗାସ୍ନାନ ପରେ କରୋନା ବ୍ୟାପିବା, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ ହେତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା, ପ୍ରବାସୀଙ୍କ ଘରବାହୁଡ଼ା ଚିନ୍ତା, ବେରୋଜଗାରୀ ସମସ୍ୟା ଆଦି ବିଭିନ୍ନ ପ୍ରସଂଗକୁ ନେଇ ସେ ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର