ବାଲେଶ୍ଵର ଲାଇଫ କେୟାର ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ହେବ ମାଗଣା ଡାଏଲିସିସ୍‌

ବାଲେଶ୍ବର/ଭୁବନେଶ୍ବର: ବାଲେଶ୍ୱରରେ ପ୍ରଥମ ଥର ଆଇଟିଆଇ ନିକଟସ୍ଥ ଓଟିରୋଡ଼ରେ ଥିବା ‘ଲାଇଫ୍‌ କେୟାର ହସ୍ପିଟାଲ’ର ସିନିୟର ଡାଏଲିସିସ୍‌ ବିଶେଷଜ୍ଞ ରାଜେଶ କବିଙ୍କ ତତ୍ୱାବଧାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ, ବିପିଏଲ୍‌ କାର୍ଡଧାରୀଙ୍କ କିଡ୍‌ନି ଫେଲ୍‌, ଉଚ୍ଚରକ୍ତଚାପ ମଧୁମେହ, ସାପକାମୁଡା, ଗୋଡହାତ ଫୁଲିବା, ପେଟରେ ପାଣି ଜମିଥିବା ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଡାଏଲିସିସ୍‌, ମେଡିସିନ୍ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏଥିରେ ଓଡ଼ିଶାର ସୁନାମଧନ୍ୟ ଡାକ୍ତର ତଥା ଭୁବନେଶ୍ବରସ୍ଥିତ ସମ୍‌ ଅଲ୍ଟିମେଟ୍‌ର ନେଫ୍ରୋଲୋଜିଷ୍ଟ ପ୍ରଫେସର ତାପସ ରଂଜନ ବେହେରା  ଯୋଗଦେଇ ଫିତା କାଟିବା ସଂଗେ ସଂଗେ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଅବସରରେ ସେ ସମସ୍ତ ରୋଗୀଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରିଥିଲେ।

ଓଡ଼ିଶାର ବାଲେଶ୍ୱର, ମୟୂରଭଂଜ କେନ୍ଦୁଝର ଜିଳ୍ଲାରେ ଏବେ କିଡ୍‌ନି ରୋଗୀ ସଂଖ୍ଯା ହୁ ହୁ ହୋଇ ବଢିବାକୁ ଲାଗିଛି। ବିଶେଷ କରି ଯୁବସମାଜ ଏହି ରୋଗର ଶିକାର ହେଉଛନ୍ତି। ଏହା ଏକ ମହାମାରି ଭଳି ବଢି ଚାଲିଛି। ଓଡି଼ଶା ସରକାରଙ୍କ ତରଫରୁ ଏଭଳି ଯୋଜନାକୁ ତାରିଫ କରାଯାଇଛି। କିଡ୍‌ନି ଫେଲ୍‌ ମଧୁମେହ, ଉଚ୍ଚ ରକ୍ତଚାପ, ପରିଶ୍ରା ନଳି ସଂକ୍ରମଣ, ଅଧିକା ପେନକିଲର ଖାଇବା ଦ୍ୱାରା ହେଇଥାଏ ଏବଂ ସମସ୍ତ ଯୁବ ସମାଜ ନିଜେ ନିଜକୁ ସଚେତନ ରହିବା ସଂଗେ ସଂଗେ ଘରର ପରିବାରକୁ ସଚେତନ କରେଇବା ପାଇଁ ତାଂକର ବକ୍ତବ୍ୟରେ କହିଥିଲେ। ଏବେ ଠାରୁ ଯଦି ଆମେ ସଚେତନ ନହେବା ଆଗକୁ ଘରେ ଘରେ କିଡ୍‌ନି ଫେଲୁଅର ରୋଗୀ ସୃଷ୍ଟି ହେବେ।

ଶେଷରେ ଲାଇଫ କେୟାର ହସ୍ପିଟାଲର ମ୍ୟାନେଜର ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଡାକ୍ତର ବିଷ୍ଣୁ ଚରଣ ସାମନ୍ତରାୟ ଉପସ୍ଥିତ ରହିଥିଲେ ଏବଂ ଡାଇରେକ୍ଟର ମିତାଲି ଜେନା, ନର୍ସ ମନ୍ଦାକିନି ଜେନା, ଟେକ୍ନିସିଆନ ଦେବାଶିଷ ମାଇତି, ସୁପର ଭାଇଜର ଜଳନ୍ଧର ମହାନ୍ତି, ମାର୍କେଟିଂ ମ୍ୟାନେଜର ସୁରେନ୍ଦ୍ର କବି ଓ କିରନ କବି କାର୍ଯ୍ୟ ସମ୍ପାଦନା କରିଥିଲେ।

ସମ୍ବନ୍ଧିତ ଖବର