ମାଗଣାରେ ବଣ୍ଟନ ସରିଲାଣି ୬.୮ କୋଟି ସିଲିଣ୍ଡର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ବାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଗରିବଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି)ର ପ୍ରବର୍ତ୍ତନ କରିଛନ୍ତି । ଏହି ଯୋଜନା ଅଧୀନରେ ଗତ ଏପ୍ରିଲ ୧ ତାରିଖରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ୮ କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ୩ ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେଇଆସୁଛି।

ସୂଚନା ଅନୁସାରେ, ପିଏମଜିକେପି ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ଗତ ଏପ୍ରିଲ ମାସ ମଧ୍ୟରେ ୪୫୩.୦୨ ଲକ୍ଷ ସିଲିଣ୍ଡର ବିତରଣ କରିଛନ୍ତି । ଏହି ପ୍ୟାକେଜ ଅଧୀନରେ ଚଳିତ ମାସ ୨୦ ତାରିଖ ସୁଦ୍ଧା ପିଏମୟୁୱାଇ ହିତାଧିକାରୀଙ୍କୁ ଓଏମସି ସମୁଦାୟ ୬୭୯.୯୨ ସିଲିଣ୍ଡର ଯୋଗାଇ ଦେଇଛି । ଏଥିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଆଗୁଆ ଅର୍ଥ ପ୍ରଦାନ କରାଯାଇଥିଲା । କରୋନା ଯୋଦ୍ଧା କୁହାଯାଉଥିବା ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀମାନେ ହିତାଧିକାରୀମାନଙ୍କୁ ସିଲିଣ୍ଡର ଯୋଗାଣ କରିବା ସହିତ ସେମାନଙ୍କୁ ସ୍ଵଚ୍ଛତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳି ବିଷୟରେ ସଚେତନ କରାଉଛନ୍ତି ।

ସମ୍ବନ୍ଧିତ ଖବର