କଏଦୀଙ୍କ ପାଇଁ ଜେଲରେ ଖୋଲିବ ମାଗଣା ଶିକ୍ଷାକେନ୍ଦ୍ର

ଭୁବନେଶ୍ବର : କଏଦୀ ମାନଙ୍କୁ ମାଗଣାରେ ନିୟମିତ ପାଠ ସହ ଧନ୍ଦାମୂଳକ ଶିକ୍ଷା ଦିଆଯିବ। ରାଜ୍ୟର ସମସ୍ତ ସବ୍ ଜେଲ୍, ଜିଲ୍ଲା ଜେଲ୍ ଓ ସ୍ବତନ୍ତ୍ର ଜେଲରେ ମାଗଣା ମୁକ୍ତ ଶିକ୍ଷାଦାନ କେନ୍ଦ୍ର ଖୋଲିବ। ନ୍ୟାସନାଲ ଇନଷ୍ଟଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓଏସ୍) ପକ୍ଷରୁ ଏହି ଶିକ୍ଷାଦାନ କେନ୍ଦ୍ର ତିଆରି ସହ ପାଠ ପଢ଼ାଯିବ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଏହି ପାଠ ପଢ଼ାଯିବ ବୋଲି ଜଣାପଡ଼ିଛି। ଏ ନେଇ ଏନ୍ଆଇଓଏସ୍ ଏବଂ ଜେଲ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ, ଡିଆଇଜି ଶୁଭକାନ୍ତ ମିଶ୍ର ଓ ଏନ୍ଆଇଓଏସର ଆଞ୍ଚଳିକ ନିର୍ଦ୍ଦେଶକ ରଙ୍ଗାଧର ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର