ଭୁବନେଶ୍ୱର : ସମ୍ବଲପୁର, ବାରିପଦା, କୋରାପୁଟ, କଟକ ଓ ବ୍ରହ୍ମପୁରରେ ଥିବା କେନ୍ଦ୍ରୀୟ କାରାଗାରର କଏଦୀ ମାଗଣାର ପାଠ ପଢ଼ିବେ। ସେମାନଙ୍କଠାରୁ ଟଙ୍କାଟିଏ ବି ନିଆଯିବ ନାହିଁ। ଏହାବ୍ୟତୀତ ବଲାଙ୍ଗୀର, ଭବାନୀପାଟଣା, ପୁରୀ, ଫୁଲବାଣୀ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱରରେ ଥିବା ଜିଲ୍ଲା କାରାଗାର ଏବଂ ରାଉରକେଲା, ଭୁବନେଶ୍ୱରରେ ଥିବା ସ୍ୱତନ୍ତ୍ର କରାଗାରରେ ଥିବା କଏଦୀଙ୍କୁ ମଧ୍ୟ ମାଗଣା ଶିକ୍ଷା ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଇଗ୍ନୋ ପକ୍ଷରୁ କାରାଗାରରେ ସ୍ୱତନ୍ତ୍ର ଷ୍ଟଡି ସେଣ୍ଟର୍ ଖୋଲାଯାଇ ସେଠାରେ ସାର୍ଟିଫିକେଟ୍ ପାଠ୍ୟକ୍ରମରେ କଏଦୀମାନଙ୍କୁ ପଢ଼ାଯିବ। ଏନେଇ କାରାଗାର ଅତିରିକ୍ତ ଡିଜି ଡ. ବିନୟାନନ୍ଦ ଝା ଗତ ୨୧ ତାରିଖରେ ଉକ୍ତ କାରାଗାରଗୁଡ଼ିକ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି।
ରାଜ୍ୟରେ ଥିବା ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ଇଗ୍ନୋ ପକ୍ଷରୁ ୬ ମାସିଆ ପାଠ୍ୟକ୍ରମ ଖୋଲିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏଥିସହ ଇଗ୍ନୋ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ରାଜିନାମା ସ୍ୱାକ୍ଷର ପାଇଁ ଗଠନ କରାଯାଇଥିବା ୭ ଜଣିଆ କମିଟି ମଧ୍ୟରେ ଖୁବ୍ଶୀଘ୍ର ରାଜିନାମା ହେବ ବୋଲି ଇଗ୍ନୋର ଆଞ୍ଚଳିକ ନିର୍ଦେଶକ ମନୋଜ କୁମାର ଦାସ କହିଛନ୍ତି।
ଇଗ୍ନୋ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କିସ୍ରେ ମଧ୍ୟ ଏକ ସେଣ୍ଟର୍ ଖୋଲିବ। ଏଠାରେ ପଢ଼ୁଥିବା ୭୨୦ ଜଣ ଛାତ୍ରଛାତ୍ରୀ ଇଗ୍ନୋରେ ଥିବା ପାର୍ଟିଫିକେଟ୍ କୋର୍ସଗୁଡ଼ିକ ମଧ୍ୟରୁ ୧୮ଟି ସାର୍ଟିଫିକେଟ ଓ ପିଜି ସାର୍ଟିଫିକେଟରେ ନାମଲେଖାଇବା ପାଇଁ କିିସ୍ କର୍ତୃପକ୍ଷ ଅନୁମତି ଦେଇଛନ୍ତି। ସେହିପରି ଆଇଏଲ୍ଏଫ୍ଏସ୍ ଓ ଭାରତୀୟ ତୈଳ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବାକୁ ଯାଉଥିବା ନେଇ ଶ୍ରୀ ଦାସ କହିଛନ୍ତି।