ଘୁ.ଉଦୟଗିରି: ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ଏମ୍.ଫିଲ୍ ପଢ଼ୁଥିବା ଆଦିବାସୀ ଅଧ୍ୟୁଷିତ ଘୁଉଦୟଗିରି ବ୍ଳକ୍ ତଲାରିମାହା ପଞ୍ଚାୟତର ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ଏବେ ନିଜ ଗ୍ରାମର ପିଲାଙ୍କ ପାଠପଢ଼ା ନେଇ ଉଦ୍ୟମ ଜାରି ରଖିଛନ୍ତି। କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ସେ ଏବେ ଗାଁରେ ରହୁଥିବାରୁ ଗ୍ରାମର ପ୍ରଥମଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ୧୨ ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳ ୭.୩୦ଟା ରୁ ଦିନ ୧୦.୩୦ଟା ଏବଂ ସନ୍ଧ୍ୟା ୬ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି, ଏହା ସହ ଛାତ୍ରବୃତ୍ତି ବାବଦକୁ ଯେଉଁ ଟଙ୍କା ପାଇଥିଲେ ସେହି ଟଙ୍କାରେ ଖାତା ଓ ବହି କିଣି ନିଜ ଗ୍ରାମର ପିଲାମାନଙ୍କୁ ଯୋଗାଇ ଦେଇଛନ୍ତି।
ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିଲେ, ନିଜ ଜନ୍ମ ମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢ଼ିପାରିବେ ସେଥି ନିମନ୍ତେ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ଆଗକୁ ନିଜ ଗ୍ରାମରେ ଏକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି, ଛୋଟରୁ ବଡ଼ ସମସ୍ତ ପିଲାଙ୍କୁ ନିଜ ପାଖରେ ବସାଇ ଶିକ୍ଷାଦାନ କରି ସେ ପ୍ରଶଂସାର ପାତ୍ର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଏହା ବ୍ୟତୀତ ଗାଁରେ ଅବସ୍ଥାପିତ ସମୟ ମଧ୍ୟରେ କନ୍ଧମାଳ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ପାହାଡିଆ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କେଉଁ ଭଳି ଭାବେ ବିକାଶ ହୋଇପାରିବ ଏହାକୁ ଭିତ୍ତି କରି ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏହା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ୨୮୦୦ ରୁ ଉର୍ଦ୍ଧ୍ବ ଚିଠି ଏବଂ ୭୪୦୦ରୁ ଅଧିକ ଟ୍ବିଟ କରି ବିଭିନ୍ନ ସମସ୍ୟାର ସମାଧାନ ସହ ବିକାଶମୂଳକ ତଥା ସାମାଜିକ କାର୍ଯ୍ୟ କରିଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/070cdad8-6739-4f73-93a3-bf85fb5ad8ce.jpg)