ସୁନ୍ଦରଗଡ଼: ହେମଗିର ବ୍ଲକ୍ ଗୋପାଳପୁରଠାରେ ଖଣି ଅଞ୍ଚଳର ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏକ ଚକ୍ଷୁ ଚିକିତ୍ସା କେନ୍ଦ୍ର (ଲାୟନ୍ସ ଭିଜନ୍ ସେଣ୍ଟର) ଖୋଲାଯାଇଛି। ରାଉରକେଲା ବେଦବ୍ୟାସ ଲାୟନ୍ସ ଚକ୍ଷୁ ହସ୍ପିଟାଲ ଓ ମିଲେନିୟମ ସପ୍ଲାୟର ସଂସ୍ଥାର ସମ୍ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଏହି କେନ୍ଦ୍ରକୁ ଅତିଥି ଭାବେ ଏମସିଏଲ ବସୁନ୍ଧରା କ୍ଷେତ୍ର ମହାପ୍ରନ୍ଧକ ପି.ବି. ରେଡ୍ଡୀ ଓ କୁଲଡା ଖଣି ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ଦାସ ଯୋଗ ଦେଇ ଉଦଘାଟନ କରିଥିଲେ। ଏଠାରେ ନିୟମିତ ଭାବେ ଡାକ୍ତର ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ପରେ ଆବଶ୍ୟକ ଚିକିତ୍ସା ପରାମର୍ଶ ସହ ଔଷଧ ଦିଆଯିବ। ଅସ୍ତ୍ରୋପଚାର ଆବଶ୍ୟକ ହେଉଥିବା ରୋଗୀଙ୍କୁ ରାଉରକେଲା ନିଆଯିବ ବୋଲି କେନ୍ଦ୍ର ନିର୍ଦ୍ଦେଶକ କମଳପତ ଡାଲମିଆ ପ୍ରକାଶ କରିଛନ୍ତି। ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମିଲେନିୟମ ସପ୍ଲାୟର ସଂସ୍ଥା ବହନ କରିବ ବୋଲି ସେ କହିଥିଲେ।

Advertisment

publive-image

ଉଦଘାଟନୀ ଉତ୍ସବରେ ସଂସ୍ଥା ନିର୍ଦ୍ଦେଶକ ଘନଶ୍ୟାମ ଡାଲମିଆ, ଅଭିଷେକ ଡାଲମିଆଙ୍କ ସମେତ ଲାୟନ୍ସ ଚକ୍ଷୁ ହସ୍ପିଟାଲ ଅଧ୍ୟକ୍ଷ ସୁରେଶ କେଜ୍ରିୱାଲ, ଲାୟନ୍ସ କ୍ଲବର ଅଧିକାରୀ ମମତା ଗୌତମ, ଉପାଧ୍ୟକ୍ଷ ସତୀଶ ଗୌତମ, କୋଷାଧ୍ୟକ୍ଷ ପବନ ଅଗ୍ରୱାଲ, ପୂର୍ବ ସଭାପତି ଅତୁଲ ସଂଗଭୀ, ସମ୍ପାଦକ ଉଷା ସଂଗଭୀ, ସଭ୍ୟା ପାୟଲ ଅଗ୍ରୱାଲ, ନିଶାନ୍ତ ଅଗ୍ରୱାଲ, ଆରାଧାନା ସାହୁ, ପ୍ରେମଶିଳା ସିଂ, ସୁନ୍ଦରଗଡ଼ ପ୍ରେସ କ୍ଲବ୍ ସଭାପତି ସୁନିଲ ସିହ୍ନା, ମିଲେନିୟମ ସପ୍ଲାୟର ସଂସ୍ଥାର ସ୍ବେଚ୍ଛା,ସେବୀ ଦିବ୍ୟସିଂ ବେହେରା, ରାଜନୀକାନ୍ତ ଶତପଥୀ, ଦିଲୀପ କୁମାର ବାରିକ, ପ୍ରମୋଦ ମହାକୁଡ଼, ଶାନ୍ତନୁ ଜେନା, ଉଚ୍ଛବ ପ୍ରଧାନ, ଜୟଦେବ ବେହେରା, ଶୈଳେଶ ପ୍ରଧାନ, କିଶାନ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ, ତେଜରାଜ ପତି, ଅଜୟ ମହାତୋ, ସୁରେଶ ପ୍ରଧାନ, ସାନନ୍ଦ ପାଣ୍ଡେ, ନେହେରୁ ପଟେଲ, ନଟେଶ୍ବର ମେହେର, ନିରାକାର ପ୍ରଧାନ, ଚିନ୍ମୟ ପତି, ଯୋଗେନ୍ଦ୍ର ପଟେଲ, ଦୁର୍ଯୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।