ମାଗଣା ଶିବିରରେ ଅସ୍ତ୍ରୋପଚାର : ଦୃଷ୍ଟି ହରାଇଲେ ବୃଦ୍ଧ!

ତିନିଜଣଙ୍କ ଆଖି ସ˚କ୍ରମିତ

ଜଗତସି˚ହପୁର : ଏକ ମାଗଣା ଚକ୍ଷୁ ଶିବିରରେ ଅସ୍ତ୍ରୋପଚାର କରାଇ ଜଣେ ଦୃଷ୍ଟି ଶକ୍ତି ହରାଇଛନ୍ତି। ଅନ୍ୟ ୩ ଜଣଙ୍କ ଆଖି ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍‌ କନକପୁର ପଞ୍ଚାୟତର କୁଟିଲୋ ଗ୍ରାମରେ ଏହି ଘଟଣା ଘଟିଛି।

ମିଳିଥିବ‌ା ସୂଚନା ଅନୁସାରେ, କୁଟିଲୋ ଗ୍ରାମର ବ୍ରଜକିଶୋର ମଲ୍ଲିକ(୬୦) ଦୃଷ୍ଟିଶକ୍ତି ହରାଇଛନ୍ତି।  କନକପୁର ଅଞ୍ଚଳରେ ଦର୍ଜି କାମ କରୁଥିବା ବ୍ରଜଙ୍କ ବୟସ ବଢ଼ିବା ସହ ଧୀରେ ଧୀରେ ଦୃଷ୍ଟି ଶକ୍ତି ହ୍ରାସ ପାଇବାକୁ ଲାଗିଥିଲା। ଏହା ଫଳରେ ଦର୍ଜି କାମ କରିବାରେ ସମସ୍ୟା ଦେଖା ଦେଇଥିଲା। ଏହି ସମୟରେ ମୂଳିସି˚ ପଞ୍ଚାୟତରେ ଏକ ଦେୟମୁକ୍ତ ଚକ୍ଷୁ ଅସ୍ତ୍ରୋପଚାର ଶିବିର କରାଯାଇଥିଲା। ଖବର ପାଇ ପରିବାର ଲୋକଙ୍କ ପରାମର୍ଶକ୍ରମେ ବ୍ରଜ ଉକ୍ତ ଶିବିରକୁ ଯାଇ ଡାହାଣପଟ ଆଖିର ପରୀକ୍ଷା କରାଇଥିଲେ। ଆଖିରେ ଅସ୍ତ୍ରୋପଚାରର ନିଶ୍ଚିତ ଆବଶ୍ୟକତା ରହିଛି ବୋଲି ଉକ୍ତ ଶିବିରରେ ଡାକ୍ତର ପରାମର୍ଶ ଦେବାରୁ ଏହାର ଦିନକ ପରେ, ଅର୍ଥାତ୍‌ ଗତ ସେପ୍ଟେଟର ୧ ତାରିଖରେ ଉକ୍ତ ସ˚ସ୍ଥା ଦ୍ବାରା ବ୍ରଜଙ୍କ ସମେତ ଅନ୍ୟ ୨୮ଜଣଙ୍କୁ ଭୁବନେଶ୍ବର ନିଆଯାଇ ଏକ ଚକ୍ଷୁ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ଅସ୍ତ୍ରୋପଚାର ଶେଷ ହେବା ପରେ ବ୍ରଜ ଆଦୌ ଦେଖି ପାରୁନଥିବା ଜାଣି ପାରିଥିଲେ। ହେଲେ, ଏହାର ପ୍ରତିକାର କରାଯିବା ବଦଳରେ ହସ୍‌ପିଟାଲ ପକ୍ଷରୁ ତାଙ୍କୁ କିଛି ଔଷଧ ଦିଆଯାଇ ଘରକୁ ବିଦା କରି ଦିଆଯାଇଥିଲା। ଉକ୍ତ ଔଷଧ ବ୍ୟବହାର କରିଲେ ଦୃଷ୍ଟିଶକ୍ତି ଧୀରେ ଧୀରେ ଫେରି ଆସିବ ବୋଲି ଚିକିତ୍ସା କରିଥିବା ଡାକ୍ତର ବ୍ରଜଙ୍କୁ କହିଥିଲେ। ମାତ୍ର ଦୃଷ୍ଟିଶକ୍ତି ଫେରିବ କ’ଣ, ଧୀରେ ଧୀରେ ବ୍ରଜଙ୍କ ବାମ ଆଖିକୁ ମଧୢ ଦିଶି ନଥିଲା। ସେ ତୁରନ୍ତ ଉକ୍ତ ସ˚ସ୍ଥାର ହସ୍‌ପିଟାଲକୁ ଯାଇ ଯୋଗାଯୋଗ କରିଥିଲେ। ମାତ୍ର ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଅନ୍ୟ ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇଥିଲେ। ଉକ୍ତ ବିଶେଷଜ୍ଞ ପରୀକ୍ଷା କରିବା ପରେ ଆଖିରେ ଆଦୌ ଅସ୍ତ୍ରୋପଚାର କରାଯାଇ ପାରିବ ନାହିଁ ବୋଲି ବ୍ରଜଙ୍କୁ କହିଥିଲେ। ବର୍ତ୍ତମାନ ବ୍ରଜ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ପାଲଟି ଯାଇଛନ୍ତି। ଦର୍ଜି କାମ କରିପାରୁ ନଥିବାରୁ ପେଟ ପୋଷିବା କଷ୍ଟକର ହୋଇପଡ଼ିଛି। ସେହିପରି ଅସ୍ତ୍ରୋପଚାର କରାଇଥିବା ମୂଳିସି˚ ପଞ୍ଚାୟତ ନିର୍ମଳା ବସ୍ତିର ସେକ୍‌ ମନସୁର ଅଲ୍ଲୀଙ୍କର ମଧୢ ସମାନ ଅବସ୍ଥା। ବ୍ରଜଙ୍କ ଆଖି ଅସ୍ତ୍ରୋପଚାର କରାଯିବାର ଦିନକ ପୂର୍ବରୁ ମନସୁରଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଧୀରେ ଧୀରେ ତାଙ୍କର ମଧୢ ଦୃଷ୍ଟିଶକ୍ତି ଚାଲିଯାଇଛି। ଏମାନଙ୍କୁ ଛାଡ଼ି ଉକ୍ତ ଶିବିରରେ ଅସ୍ତ୍ରୋପଚାର କରାଇଥିବା ଅନ୍ୟ ଦୁଇଜଣଙ୍କ ଆଖି ମଧୢ ସ˚କ୍ରମିିତ ହୋଇଛି ଓ ସେମାନଙ୍କ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର