ମାଗଣା ମହାପ୍ରସାଦ ବଣ୍ଟନ ବନ୍ଦ

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ବାହ୍ୟ ଚାପର ବଶବର୍ତ୍ତୀ ହୋଇ ଜନକଲ୍ୟାଣକାରୀ ସେବା ଯୋଜନାକୁ ବନ୍ଦ କରିବାକୁ ବାଧ୍ୟ ହେଉଛି। ଗତ କିଛି ବର୍ଷ ଧରି ବାଇଶି ପାହାଚରେ ଚାଲି ଆସୁଥିବା ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥାକୁ ୪ ମାସ ହେଲା ବନ୍ଦ କରିଦିଆଯାଇଛି। ଫଳରେ ଭକ୍ତମାନେ ମାଗଣା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ଏଥି ପ୍ରତି ଜନ ସମର୍ଥନ ବଢିବାରୁ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ସେବାକୁ ବୃହତ ଆକାରରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥି ନିମନ୍ତେ ଚଳିତ ଆର୍ଥିକ ବଜେଟରେ ଦେଢ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇଥିଲା। ତେବେ ଏ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମାଗଣା ମହାପ୍ରସାଦ ବଣ୍ଟନକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ସେବକଙ୍କ ବିରୋଧ ଭୟରେ ଏଭଳି ଏକ ମହତ ସେବାକୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର