ଗରିବ ପିଲାଙ୍କୁ ମାଗଣା ମେଡିକାଲ କୋଚିଂ

ଭୁବନେଶ୍ବର : ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି)ର ସିଏସ୍‌ଆର କାର୍ଯ୍ୟକ୍ରମ ଭାବେ ଆଇଆଇଟି ଓ ଏନ୍‌ଆଇଟି ପଢ଼ିବାକୁ ଆଗ୍ରହ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଉଛି। ୨୦୧୭-୧୮ ଶିକ୍ଷାବର୍ଷରେ ମାଗଣା ଆବାସିକ ମେଡିକାଲ କୋଚିଂ ଦିଆଯାଇଥିଲା। ମୋଟ ୩୯ ଜଣ ଛାତ୍ରଛାତ୍ରୀ ‌କୋଚିଂ ନେଇଥିବା ବେଳେ ସେଥିମଧ୍ୟରୁ ୬ ଜଣ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନାମଲେଖାଇବାର ସୁଯୋଗ ପାଇଥିଲେ।

ଆସନ୍ତା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ଗରିବ ମେଧାବୀ ପିଲାଙ୍କୁ ଚିହ୍ନଟ ପ୍ରକ୍ରିୟା କରାଯିବ। ସ୍କୁଲ ଓ କଲେଜର ଯେଉଁ ଯୁକ୍ତ୨ ବିଜ୍ଞାନ ଛାତ୍ରଛାତ୍ରୀ ମେଡିକାଲ କୋଚିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କ ଲାଗି ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ। ‘ଆକାଶ’ ଇନ୍‌ଷ୍ଟିଚ୍ୟୁଟ୍‌ ସହାୟତାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନକୁ ଯାଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ। ଏକ୍ଷେତ୍ରରେ ସହଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର