ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ମୁଖ୍ୟ ବସଷ୍ଟାଣ୍ଡ ପରିସରରେ ଥିବା ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟଠାରେ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ପାଳନ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ରାଇରଙ୍ଗପୁର ଘରୋଇ ବସ ମାଲିକ ସଂଘ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡଃ ମୀନକେତନ ଦାସ, ଡଃ ସବିତା ମହାନ୍ତ, ଡଃ ବୁଦ୍ଧେଶ୍ବର ସୋରେନ, ଅମିତ କୁମାର ସେନାପତି ଏବଂ ରାଇରଙ୍ଗପୁର ଅତିରିକ୍ତ ପରିବହନ ଅଧିକାରୀ ସନ୍ଦିପ ପାଇକରାୟ ଓ ଏମ୍ ଭି ଆଇ ଆଶୁତୋଷ ନାୟକ ଯୋଗ ଦେଇଥିଲେ।
ଉକ୍ତ ଶିବିରରେ ଗାଡି ଚାଳକ, କଣ୍ଡକଟର ତଥା ଯାତ୍ରୀମାନଙ୍କର ମାଗଣା ଚକ୍ଷୁ ଚିକିତ୍ସା କରାଯାଇଥିଲା। ଏଥିରେ ଘରୋଇ ମାଲିକ ସଂଘର ସଭାପତି ତପନ କୁମାର ପରିଡ଼ା, ଉପସଭାପତି ନବୀନ କିଶୋର ମହାନ୍ତ, ସଂପାଦକ ଅନୁପ କୁମାର ମହାନ୍ତି, ସହସଂପାଦକ ଲକ୍ଷ୍ମୀକାନ୍ତ ବସା, କାର୍ଯ୍ୟକାରୀ ସଦସ୍ୟ ଅନିଲ କୁମାର ଶତପଥୀ, ବଂକେଶ୍ବର ମହାନ୍ତ, ଦୀପକ କୁମାର ବେହେରା, ଦୀନବନ୍ଧୁ କର୍ମକାର ତଥା ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତି ରହି ପରିଚାଳନାରେ ସହଯୋଗ କରିଥିଲେ।
Advertisment