ଓଡ଼ିଶା ଶିଖ୍‌ ପ୍ରତିନିଧି ବୋର୍ଡର ସେବା: ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମାଗଣା ଜୋତା, ମୋବାଇଲ ଷ୍ଟାଣ୍ଡ୍‌

ପୁରୀ : ଓଡ଼ିଶା ଶିଖ୍‌ ପ୍ରତିନିଧି ବୋର୍ଡ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଜୋତା ଓ ମୋବାଇଲ ଷ୍ଟାଣ୍ଡ୍‌ ଆରମ୍ଭ କରାଯାଇଛି। ପୁରୀ ଆସୁଥିଭା ଭକ୍ତ, ପର୍ଯ୍ୟଟକ ଏହି ଷ୍ଟାଣ୍ଡ୍‌ରେ ସେମାନଙ୍କ ଜୋତା, ମୋବାଇଲ ମାଗଣାରେ ରଖିପାରିବେ। ଜୋତା ଫେରାଇଲା ବେଳେ ଶ୍ରଦ୍ଧାଳୁଙ୍କ ଜୋତାକୁ ପଲିସ୍‌ କରି ଫେରାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଆରମ୍ଭ ହୋଇଥିବା ଏହି ମାଗଣା ଜୋତା ଷ୍ଟାଣ୍ଡ୍‌କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଉଦ୍‌ଘାଟନ କରିଥିଲେ। ଜୋତା ଷ୍ଟାଣ୍ଡ୍‌ ଆରମ୍ଭ ହେବା ଅବସରରେ ଶିଖ୍‌ ପ୍ରତିନିଧି ବୋର୍ଡ ପକ୍ଷରୁ ସତପାଲ ସିଂହ, ଯଶପାଲ ସିଂହ ଓ ସୁରେନ୍ଦ୍ର ଓବରଏ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର