ପୁରୀ :‌ ବସଷ୍ଟାଣ୍ଡ୍‌ରେ ଚା’ ଦୋକାନ କରିଥିବା ବ୍ରଜଭାଇ ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀରେ ମାଗଣା ଚା’ ବାଣ୍ଟିଛନ୍ତି। ଆଜି ସକାଳେ ୨ ହଜାରୁ ଅଧିକ ଲୋକଙ୍କୁ ସେ ଏହି ମାଗଣା ଚା’ ବାଣ୍ଟିଛନ୍ତି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ବି ବ୍ରଜଭାଇଙ୍କ ସହ ସାମିଲ୍ ହୋଇ ବସ୍‌ଷ୍ଟାଣ୍ଡ୍‌ରେ ଯାତ୍ରୀଙ୍କ ସହ ଅନ୍ୟମାନଙ୍କୁ ଚା’ ବାଣ୍ଟିଥିଲେ।

Advertisment

publive-image

ବ୍ରଜଭାଇଙ୍କ ପୂରା ନାଁ ହେଲା ବ୍ରଜକିଶୋର ନାୟକ। ସେ ବହୁଦିନରୁ ବସ‌ଷ୍ଟାଣ୍ଡ୍‌ ନିକଟରେ ଏକ ଛୋଟିଆ ଚା’ ଦୋକାନ କରିଛନ୍ତି। ଯେଉଁଠି ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଲାଗେ। ବ୍ରଜଭାଇଙ୍କ ଆଚାର ବ୍ୟବହାର ସାଙ୍ଗକୁ ଚା’ର ପ୍ରସ୍ତୁତି ଶୈଳୀ ଓ ସ୍ବାଦ ଭିନ୍ନ ଥିବାରୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ବିଜୁ ବାବୁଙ୍କ ଜୟନ୍ତୀରେ ମାଗଣା ଚା’ ବାଣ୍ଟିବା ସଂପର୍କରେ ବ୍ରଜଭାଇ କୁହନ୍ତି, ସେ ୬ ବର୍ଷ ହେବ ବିଜୁ ବାବୁଙ୍କ ଜୟନ୍ତୀରେ ଏଭଳି ମାଗଣା ଚା’ ବାଣ୍ଟି ଆସୁଛନ୍ତି। ଏହାର ପ୍ରମୁଖ ଉଦ୍ଦେଶ୍ୟ ଜନମାନସରେ ‌ବିଜୁବାବୁଙ୍କ ସ୍ମୃତିକୁ ସତେଜ କରି ରଖିବା। ବିଜୁବାବୁଙ୍କୁ ସେ ବହୁ ଭଲ ପାଆନ୍ତି। ତାଙ୍କ ଆଦର୍ଶର ସେ ଅନୁଗାମୀ। ଅନୁଗାମୀ ଭାବେ ପ୍ରତିବର୍ଷ ଏଭଳି ମାଗଣା ଚା’ ବାଣ୍ଟି ଆସୁଛି ବୋଲି ସେ କହିଛନ୍ତି।