ଅନୁଗୁଳ ଜିଲ୍ଲାର ଝାରପଡ଼ା ରେଳ ଷ୍ଟେସନରେ ଆରମ୍ଭ ହେଲା ୱାଇ-ଫାଇ ସୁବିଧା 

ନୂଆଦିଲ୍ଲୀ: ଅନୁଗୁଳ ଜିଲ୍ଲାର ଝାରପଡ଼ା ରେଳ ଷ୍ଟେସନରେ ଗତକାଲି ୱାଇ-ଫାଇ ସେବା ଆରମ୍ଭ କରାଯାଇଥିବାର ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ଓଡ଼ିଶାର ୨୩୨ଟି ରେଳ ଷ୍ଟେସନମାନଙ୍କରେ ୱାଇ-ଫାଇ ସୁବିଧା ଉପଲବ୍ଧ ରହିଥିବାର ଭାରତୀୟ ରେଳ ପକ୍ଷରୁ କୁହାଯାଇଛି।

ରେଳ ମନ୍ତ୍ରାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୬୦୦୦ଟି ରେଳ ଷ୍ଟେସନ୍‌ରେ ୱାଇ-ଫାଇର ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ଜାନୁଆରି ୨୦୧୬ରେ ମୁମ୍ବାଇ ରେଳ ଷ୍ଟେସନରେ ପ୍ରଥମେ ଆରମ୍ଭ ହୋଇଥିବା ୱାଇ-ଫାଇ ସେବା ଗତକାଲି ସୁଦ୍ଧା ଦେଶର ୬୦୦୦ଟି ରେଳ ଷ୍ଟେସନ୍‌ମାନଙ୍କରେ ସମ୍ପ୍ରସାରିତ ହୋଇସାରିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୭୬୨ଟି ରେଳ ଷ୍ଟେସନ୍‌ରେ ୱାଇ-ଫାଇର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର