ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ପରୀକ୍ଷାମୂଳକ ମାଗଣା ଓ୍ଵାଇଫାଇ ସେବା

ଚନ୍ଦ୍ରଶେଖରପୁର : ଡିଜିଟାଲ ଇଣ୍ଡିଆ ପରିଯୋଜନା ଅନ୍ତର୍ଗତ ଭାରତୀୟ ରେଳ ଦ୍ୱାରା ମାଗଣା ୱାଇଫାଇ ସେବାକୁ ରାଜ୍ୟର ବିଭିନ୍ନ ଷ୍ଟେସନରେ ଉପଲବ୍ଧ କରାଯାଇଛି। ରାୟଗଡ଼ା, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍‌ ଓ ବ୍ରହ୍ମପୁର ଷ୍ଟେସନ୍‌ଠାରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି। ଉପରୋକ୍ତ ଷ୍ଟେସନଗୁଡ଼ିକରେ ସ୍ମାର୍ଟଫୋନ୍‌ ଓ ଲାପଟପ୍‌ ବ୍ୟବହାର କରୁଥିବା ଯାତ୍ରୀମାନେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବାର ଲାଭ ଉଠାଉଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ ଇତି ମଧ୍ୟରେ ଏହି ଷ୍ଟେସନଗୁଡ଼ିକୁ ପରିଦର୍ଶନ କରି ମାଗଣା ୱାଇଫାଇ ସେବାର ସମୀକ୍ଷା କରିଥିଲେ। ଏହା ପୂର୍ବରୁ ପୂର୍ବତଟ ରେଳପଥ ପରିସର ମଧ୍ୟରେ ବିଶାଖାପାଟଣା, ଭୁବନେଶ୍ୱର, ପୁରୀ, କଟକ, ଖୋର୍ଧା ରୋଡ୍‌, ପଲାସା, ଶ୍ରୀକାକୁଲମ ରୋଡ୍‌, ବିଜୟାନଗରମ୍‌ ଏବଂ ସମ୍ବଲପୁର ରେଳ ଷ୍ଟେସନ୍‌ରେ ମଧ୍ୟ ମାଗଣା ୱାଇ-ଫାଇ ସେବା ଉପଲବ୍ଧ କରାଯାଇଅଛି।

ସମ୍ବନ୍ଧିତ ଖବର