ଭୁବନେଶ୍ବର: ଫ୍ରିଡମ୍ ହେଲ୍ଦି କୁକିଙ୍ଗ୍ ଅଏଲସ୍ର ନିର୍ମାତା ଜେମିନି ଏଡିବଲସ୍ ଆଣ୍ଡ୍ ଫ୍ୟାଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କରୋନା ମୁକବିଲା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସଶକ୍ତ କରିବା ଲାଗି ବିଭିନ୍ନ ଉପାୟରେ ୨.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଂପାନି ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍କୁ ମଧ୍ୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଓଡ଼ିଶା, କର୍ଣ୍ଣାଟକ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କଂପାନି ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛି। ଆନ୍ଧ୍ର ପ୍ରଦେଶରେ ଉପେକ୍ଷିତ ବର୍ଗର ଲୋକମାନଙ୍କୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ଖାଇବା ତେଲ ବାଣ୍ଟିବା ଲାଗି କଂପାନି ତରଫରୁ ସେଠାକାର ରାଜ୍ୟ ସରକାରଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଅବସରରେ କଂପାନିର ପରିଚାଳନା ନିର୍ଦେଶକ ପ୍ରଦୀପ ଚୌଧୁରି କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଡାକ୍ତର ଏବଂ ପୋଲିସମାନେ ଗ୍ରହଣ କରିଥିବା ପଦକ୍ଷେପ ପ୍ରଶଂସନୀୟ। କଂପାନିର କର୍ମଚାରୀମାନେ ମଧ୍ୟ ସହାୟତା କରିବାକୁ ଆଗେଇ ଆସିଛନ୍ତି ଏବଂ ଗୋଟିଏ ଦିନର ବେତନ ଦାନ କରିଛନ୍ତି। କଂପାନିର ୬୪୦ କର୍ମଚାରୀ ପିଏମ୍ କେୟାରସ୍ ଫଣ୍ଡ୍କୁ ୯.୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ଦେବା ବ୍ୟତୀତ କଂପାନି ଏହାର ସମସ୍ତ ସଦସ୍ୟ, କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାରମାନଙ୍କୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। କଂପାନିର ସମସ୍ତ କାରଖାନା କାର୍ଯ୍ୟକ୍ଷମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଫ୍ରିଡମ୍ ଅଏଲ୍ ଦେଲା ୨୫ ଲକ୍ଷ ଟଙ୍କା
/sambad/media/post_attachments/wp-content/uploads/2020/04/dgj987dj98dg7j98dg7j98dg7j98dgjdg98jdgjdggjgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)