ଏଣିକି ରାଜ୍ୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ବୋଲି ସମ୍ବୋଧନ କରାଯିବ

ଭୁବନେଶ୍ୱର : ଆସନ୍ତା କାଲି ସ୍ୱାଧୀନତା ଦିବସ ଥିବା ବେଳେ ଏହି ଦିନଟିକୁ ପାଳନ କରିବା ପାଇଁ ଦେଶରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛିି । ତେବେ ସ୍ୱାଧୀନତା ଦିବସର ଗୋଟେ ଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଏଣିକି ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାଁ ନେବା ପୂର୍ବରୁ ‘ମାନ୍ୟବର’ ବୋଲି ସମ୍ବୋଧନ କରାଯିବ ବୋଲି ଘୋଷଣା କରାଯାଇଛି ।

Business Today

ସ୍ୱାଧୀନତା ସଂଗ୍ରାମରେ ସେମାନେ ଦେଶ ପାଇଁ ଦେଇଥିବା ବଳିଦାନକୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହିଁ କେବଳ ‘ମାନ୍ୟବର’ ସମ୍ବୋଧନ କରାଯିବ ।

ସମ୍ବନ୍ଧିତ ଖବର