ସ୍ବାଧୀନତା ସଂଗ୍ରାମୀ ଈଶ୍ବର ବିଷୋୟୀଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଈଶ୍ବର ବିଷୋୟୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୧୧/୧୧/ ୧୯୨୧ରେ ସେ ରଣପୁର ବ୍ଲକ୍‌ର ମଝିଆଖଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଆଜାଦ ହିନ୍ଦ୍‌ ଫୌଜରେ ଯୋଗ ଦେଇଥିଲେ। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ୨୦୧୫, ୨୦୧୮ରେ ସେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ। ଗତବର୍ଷ କ୍ରାନ୍ତି ଦିବସରେ ରାଷ୍ଟପତିଙ୍କ ପ୍ରଦତ୍ତ ମାନପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା।

ଈଶ୍ବରଙ୍କ ବିୟୋଗରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଗଭୀର ଶୋକ ପ୍ରକାଶ କରିଥିବା ଶୋକବାର୍ତ୍ତାରେ ଜଣାଇଛନ୍ତି। ୧୯୪୫ରେ ଇଂରେଜ ସରକାର ତାଙ୍କୁ ବନ୍ଦୀ କରି ରେଙ୍ଗୁନ୍‌ ସେଣ୍ଟ୍ରାଲ ଜେଲ୍‌ରେ ରଖିଥିଲା। ୧୧ ମାସ ବନ୍ଦ ଜୀବନ କାଟିବା ପରେ ସେ ମୁକ୍ତ ହୋଇଥିଲେ। ତାଙ୍କ ବିୟୋଗରେ ଜନ୍ମମାଟି ତଥା ନୟାଗଡ଼ ଜିଲ୍ଲାବ୍ୟାପୀ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର