ଅନୁଗୁଳ : ଅନୁଗୁଳ ବ୍ରିଟିଶ କଚେରି ଉପରେ ଚଢ଼ି ବ୍ରିଟିଶ ପତାକାକୁ ନିଆଁ ଲଗାଇଦେବା, ତା’ ବଦଳରେ ଜାତୀୟ ପତାକା ଲଗାଇବା ହେଉ ଅଥବା ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇ କାରାବରଣ। କିଶୋର ବୟସରୁ ଦେଶପ୍ରୀତି ଓ ଇଂରେଜ ଶାସନ ବିରୋଧରେ ଲଢ଼େଇ କରି ନିଜ ବୀରତ୍ବର ପରିଚୟ ଦେଇଥିବା ସ୍ବାଧୀନତା ସଂଗ୍ରାମୀ, ବାନର ସେନାର ସେବକ ଦିବାକର ପ୍ରଧାନ ଆଉ ନାହାନ୍ତି। ୯୭ବର୍ଷ ବୟସରେ ଆଜି ଇହଲୀଳା ସମ୍ବରଣ କରିଛନ୍ତି।

Advertisment

ଆଜି ସକାଳ ପର୍ଯ୍ୟନ୍ତ ସବୁ ଠିିକଠାକ୍ ଥିଲା। ପୂର୍ବାହ୍‌ଣରେ ହଠାତ୍ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ଆତ୍ମୀୟ ସ୍ବଜନଙ୍କ ଗହଣରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସୁସୁଡ଼ା ସ୍ଥିତ ନବତୀର୍ଥ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଡାକ୍ତର ଶାନ୍ତନୁ ପ୍ରଧାନ ମୁଖାଗ୍ନି ଦେଇଥିଲେ। ୧୯୨୧ମସିହା ମେ ୨୫ତାରିଖରେ ଜନ୍ମିତ ଶ୍ରୀ ପ୍ରଧାନଙ୍କ ୧୩ ବର୍ଷ ବୟସରେ ବାନର ସେନା‌େର ସାମିଲ କରିଥିଲେ। ପରେ, ତାଳଚେର ପ୍ରଜା ମଣ୍ଡଳ ଗଠନ, କୋଶଳା ହିଜରାଜ୍‌ କ୍ୟାମ୍ପ୍‌, ଓଡ଼ିଶାରେ ବିଶ୍ବ ଯୁଦ୍ଧ ବିରୋଧୀ ଆନ୍ଦୋଳନ, ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ।