ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ନୀଳଗିରି : ନୀଳଗିରି ଉପଖଣ୍ଡସ୍ଥ ବରହମପୁର ଥାନା ଅଧୀନସ୍ଥ ଧରମପୁର ଗ୍ରାମର ଶତାୟୁ ସ୍ବାଧୀନତା ସଂଗ୍ରାମୀ ରାମଚନ୍ଦ୍ର ରଣାଙ୍କ ଆଜି ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ରଣା ଧରମପୁର ଗ୍ରାମ‌େର ୧୯୧୭ ମସିହା ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ତ୍ରୀ ଭଗବତୀ(୮୫), ପୁତ୍ର ନରେନ୍ଦ୍ରନାଥ, ଅଶୋକ ଓ ଝିଅ ଲକ୍ଷ୍ମୀମଣିକୁ ନେଇ ତାଙ୍କର ସଂସାର। ରେମୁଣା ସ୍କୁଲରେ ସେ ୮ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଏହି ସମୟରେ ବାଲେଶ୍ବରକୁ ଗାନ୍ଧୀଜୀ ଆସୁଥିବାର ଶୁଣି ସେ ବାଲେଶ୍ବର ଷ୍ଟେସନରେ ଯାଇ ଗାନ୍ଧୀଜୀଙ୍କୁ ଦର୍ଶନ କରିଥିଲେ। ପ‌ରେ ସେ ପ୍ରଜା ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।

ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ କୀର୍ତ୍ତି ତାଙ୍କୁ ଇତିହାସରେ ଅମର କରି ରଖିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସ୍ବର୍ଗତ ରଣାଙ୍କ ମରଶରୀର ପାଖରେ ୨ ପୁଅ, ଝିଅ, ନାତିନାତୁଣୀ, ପୁତ୍ରବଧୂ, ସମ୍ପର୍କୀୟ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର