ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

ବରୀ : ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ଅନନ୍ତ ଚରଣ ଧଳଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା।

ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରା ଓ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ତାଙ୍କୁ ବ୍ରହ୍ମପୁରସ୍ଥିତ କାରାଗାରରେ ଦୁଇ ସପ୍ତାହରୁ ଅଧିକ ସମୟ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଥିଲା। ଦେଶର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବରୀର ବହୁ ସଂଗ୍ରାମୀ ଇହଲୀଳା ସମ୍ବରଣ କରିଥିବା ବେଳେ ଆଜି ଏହି ମହାନ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇ ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ୱାଦିକ ଗଭୀର ଶୋକବ୍ୟକ୍ତ କରିଥିଲେ। ବରୀ ବିଧାୟିକା ସୁନନ୍ଦା ଦାସ, ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ ଓ କଂଗ୍ରେସ ନେତା ଉମେଶ ଜେନା, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ଧଳଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର