ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବର୍ଷା ଜାରି ରହିଛି। ବର୍ଷା ସମୟରେ ବନମାଳୀପୁରରେ ଏକ ବଡ଼ଧରଣର ଅଘଟଣ ସାମ୍ନାକୁ ଆସିଛି। ସ୍ଥାନୀୟ ବନମାଳୀପୁର ଦିୱାନ୍ପାଟଣା ଗ୍ରାମର ବୃନ୍ଦାବନ ସାହୁଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ହଠାତ ଘରେ ଥିବା ଫ୍ରିଜ୍ରେ ନିଆଁ ଲାଗିଯାଇ ଥିଲା। ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ସଦସ୍ୟ ବାହାରକୁ ଚାଲି ଯାଇଥିଲେ। କିଛି କ୍ଷଣ ମଧ୍ୟରେ ଫ୍ରିଜ୍ କମ୍ପ୍ରେସର ଫାଟି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଘର ଆଜବେଷ୍ଟ ଭାଙ୍ଗି ଉଡ଼ି ଯାଇଥିଲା।
/sambad/media/post_attachments/wp-content/uploads/2023/06/ଫ୍ରିଜ୍.jpg)
ବିସ୍ଫୋରଣ ଶବ୍ଦ ଏତେ ଜୋର ଥିଲା ଯେ ଆଖପାଖ ୩/୪ ଗାଁ ଲୋକେ ସେଠାକୁ ଧାଇଁ ଆସିଥିଲେ। ଉକ୍ତ ଘରେ ଥିବା ସମସ୍ତ ଜିନିଷ ପତ୍ର ସମ୍ପୂର୍ଣ ଜଳିଯାଇଛି। ସେଠାରେ ଉପସ୍ଥିତ ଲୋକେ ନିଆଁକୁ ଆୟତ କରିଥିଲେ। ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ବିସ୍ଫୋରଣ ଘଟିଥିବା ଘରେ ୪ ପରିବାରରେ ୨୦ରୁ ଅଧିକ ସଦସ୍ୟ ରୁହନ୍ତି। ଯାହାକି ଆଜି ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ସର୍ଟସର୍କିଟରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/8beb2f8b-91ae-4273-a906-e2bfe34a066f.jpg)