ଘରକୁ ଛାଡ଼ିବାକୁ ଆଣି ବାରମ୍ବାର ଦୁଷ୍କର୍ମ, ଭିଡିଓ ଭାଇରାଲ୍‌ କରି ଯୁବକ ଗିରଫ

ସମ୍ବଲପୁର: ଝିଆରୀକୁ ଦୁଷ୍କର୍ମ କରି କାକା ଗିରଫ ହେବା ଘଟଣା ସମ୍ବଲପୁରରେ ମଙ୍ଗଳବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ପୁଲିସ ଦୁଷ୍କର୍ମ କରିଥିବା କାକାକୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଶାସନ ଥାନା ଅଧୀନ ଅଞ୍ଚଲର ଜଣେ ନାବାଳିକାଙ୍କ ବାପା ମୃତ୍ୟୁବହରଣ କରିବା ପରେ ତାଙ୍କ ମା’ ରୋଜଗାର ପାଇଁ ଛତିଶଗଡ଼ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଏହି ସମୟରେ ନାବାଳିକାଙ୍କ ସମେତ ତାଙ୍କର ୨ ଭାଇ ଭଉଣୀ ଜେଜେ ବାପା ଓ ଜେଜେମାଙ୍କ ସହ ଗାଁରେ ରହୁଥିଲେ। ତେବେ ୬ ମାସ ପୂର୍ବରୁ ନାବାଳିକା ଜଣକ ଟଙ୍କା ଆଣିବା ପାଇଁ ତାଙ୍କ ମାଆଙ୍କ ପାଖକୁ ଯାଇଥିଲେ। ନାବାଳିକା ଜଣକ ଗାଁକୁ ଫେରିବା ବେଳେ ତାଙ୍କ ମାଆ ତାଙ୍କ ସହିତ ସେଠାରେ କାମ କରୁଥିବା ରେଢ଼ାଖୋଲ ଥାନା ଅଧୀନ ଅଞ୍ଚଳର ଜଣେ ଯୁବକଙ୍କୁ ପଠାଇଥିଲେ। ଉକ୍ତ ଯୁବକ ଜଣକ ନାବାଳିକାକୁ ଏକା ପାଇ ଜଣଙ୍କ ଘରକୁ ନେଇ ଦୁଷ୍କର୍ମ କରିଥିଲା।

ଏହା ପରେ ତାଙ୍କୁ ଘରକୁ ଛାଡ଼ିଦେଇଥିଲା, କିନ୍ତୁ ପରେ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କଲା। କାହାକୁ କହିଲେ ଜୀବନରୁ ମାରିଦେବି ବୋଲି ମଧ୍ୟ ଧମକ ଦେଇଥିଲା। ତେବେ ନାବାଳିକା ଜଣକ ଆଉ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣିବା ପରେ ଉକ୍ତ ଯୁବକ ଜଣକ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ମାଡ଼ ମାରିବା ସହ ପୂର୍ବରୁ ନାବାଳିକାକୁ ଦୁଷ୍କର୍ମ କରିବା ସମୟର ଏକ ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। ଏହାପରେ ନାବାଳିକା ଜଣକ ଶାସନ ଥାନାରେ ରବିବାର ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମଙ୍ଗଳବାର ଅଭିଯୁକ୍ତ ଅଇଁଲାପାଲିର ଲଳିତ ମୋହନ ନାଏକ(୨୩)କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର