ସିନ୍ଧେକେଲା: ଫେସ୍ବୁକ୍ରେ ବନ୍ଧୁତା କରି ଠକେଇ। ଚାକିରି କରାଇ ଦେବା ଲୋଭ ଦେଖାଇ ଠକ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଗାଁର ରାଜୀବ ସାହୁଙ୍କଠାରୁ ୧୬୫୦୦ ଟଙ୍କା ଠକି ନେଇଥିଲା। ଅଭିଯୋଗ ହେବା ପରେ ସିନ୍ଧେକେଲା ଥାନା ପୁଲିସ ତନାଘନା କରି ଅଭିଯୁକ୍ତ ଝାରସୁଗୁଡ଼ାର ଅମିତାଭ ପଟ୍ଟନାୟକକୁ ଗିରଫ କରିଛି।
/sambad/media/post_attachments/wp-content/uploads/2023/07/c2bca73c-4528-4740-90ef-e777a88dbee4-e1688404179804-1024x397.jpg)
ଏନେଇ ସୋମବାର ସିନ୍ଧେକେଲା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ଅନୁସାରେ, ରାଜୀବଙ୍କୁ ତାଙ୍କ ଫେସ୍ବୁକ୍ ବନ୍ଧୁ ଅମିତାଭ ଗୁଗୁଲ୍ କମ୍ପାନିରେ ତା’ର ଭଲ ଚିହ୍ନା ପରିଚୟ ଅଛି କହି ପୁଅର ଚାକିରି କରାଇ ଦେବା ଲୋଭ ଦେଖାଇଥିଲା। ରେଜିଷ୍ଟ୍ରେସନ ବାବଦକୁ ସେ ରାଜୀବଙ୍କଠାରୁ ଗୁଗୁଲ୍ ପେ’ ଜରିଆରେ ୧୬୫୦୦ ଟଙ୍କା ଠକି ନେଇଥିଲା। ଟଙ୍କା ପାଇବା ପରେ ତା’ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା। ଠକେଇର ଶିକାର ହୋଇଥିବା ଜାଣିପାରି ରାଜୀବ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ଆଇଆଇସି ବସନ୍ତ ଦଳାଇ ଏକ ଟିମ୍ ଗଠନ କରି ଝାରସୁଗୁଡ଼ା ଜିଲ୍ଲାର ସରବାହାଲରୁ ଅଭିଯୁକ୍ତ ଅମିତାଭକୁ ଗିରଫ କରିଥିଲେ। ତା’ନିକଟରୁ ନଗଦ ୬୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଥିଲେ। ଏହି ଠକ ଜଣକ ବଲାଙ୍ଗୀର ଥାନାର ଅନ୍ୟ ଏକ ମାମଲାରେ ମଧ୍ୟ ସଂପୃକ୍ତ ଥିବା ପୁଲିସ ଜାଣିପାରିଛି। ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର, ସିନ୍ଧେକେଲା ଆଇଆଇସି ଶ୍ରୀ ଦଳାଇ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/93f4884b-4c9e-477d-b300-a6cf9460e838.jpg)