ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ଘଟଣା ଆଜି ଚର୍ଚାର ବିଷୟ ହୋଇଛି। ସକାଳ ୯ଟାରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଏକ ଚିଲଟିଏ ବସିଥିବା ଦେଖା ଯାଇଥିଲା। ପୂର୍ବରୁ ବିଭିନ୍ନ ସମୟରେ ଦଧି ନଉତି ଉପରେ ଚିଲ ବସିବା ନଜୀର ରହିଥିବାବେଳେ ପ୍ରଥମ ଥର ପାଇଁ ଚିଲ ନୀଳଚକ୍ରରେ ପତାକା ବନ୍ଧା ଯାଇଥିବା ବାଉଁଶ ଉପରେ ବସିଥିବା ଦେଖାଯାଇଛି। ଏଭଳି ଚିଲ ପ୍ରଥମ ଥର ପାଇଁ ବସିଥିବା ସେବାୟତମାନେ କହିଛନ୍ତି। ଏକ ଘଣ୍ଟା ଧରି ଚିଲ ଏଭଳି ବସିବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେବଳ ପୁରୀ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ବିପଦ ଥିବା କେତେକ ବରିଷ୍ଠ ସେବାୟତ ଆଶଙ୍କା କରିଛନ୍ତି।
ନୀଳଚକ୍ରରେ ବସିଲା ଚିଲ
/sambad/media/post_attachments/wp-content/uploads/2018/01/jaga-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)