ଭୁବନେଶ୍ବର: ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର ତାପମାତ୍ରା ମଧ୍ୟ ସକାଳୁ ବଢିବାରେ ଲାଗିଛି । ଅନୁଗୁଳର ତାପମାତ୍ରା ୩୬ ଡିଗ୍ରୀ ରହିଛି ।
ମିଳିଥିବା ସୂଚନା ଅନୁସାରେ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ ଥିବାବେଳେ ବାରିପଦାର ତାପମାତ୍ରା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝର ତାପମାତ୍ରା ୩୪.୮ ଡିଗ୍ରୀ,କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡା ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/6-4.jpg)