ଭୁବନେଶ୍ବର: ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ। ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଏଣିକି ଅନଲାଇନ ହେବ ପରିବହନ ବିଭାଗ। ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି। । ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ଦଲାଲଙ୍କ ଭୂମିକା ରହୁଥିଲା। ଏବେ ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି। ଅନଲାଇନରେ ଡିଏଲ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡ଼ୁନଥିଲା। ଏପରିକି ପରିବହନ ବିଭାଗର ଅନେକ କାର୍ଯ୍ୟକୁ ଡିଜିଟାଲ ମୋଡକୁ ଅଣାଯାଇଥିଲା। ଯାହାଦ୍ୱାରା ଆରଟିଓରେ ଲୋକଙ୍କ ଭିଡ଼ ପୂର୍ବଭଳି ଆଉ ହେଉନଥିଲା। କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ। କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ। ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି। ଏପରିକି ସଡ଼କ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି।
ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ: ପରିବହନ ମନ୍ତ୍ରୀ
/sambad/media/post_attachments/wp-content/uploads/2021/12/All-Transport-Department-Works-Will-Be-Online-From-New-Year_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)