ଭୁବନେଶ୍ୱର: ଜାନୁଆରି ୧୨ ଆସନ୍ତା ରବିବାରଠାରୁ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବା ସହିତ ଶୀତର ପ୍ର‌କୋପ କମିଯିବ । ଏ ସମ୍ପର୍କରେ ପାଣିପାଗ ବିଭାଗ  ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

Advertisment

ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶୀତ କମିବା ସହ ଘନକୁହୁଡ଼ି ବଢ଼ିବ । ରାସ୍ତାରେ ଦୃଶ୍ୟମାନ କ୍ଷମତା କମ ରହିବ ।

ଅଧିକ ପଢ଼ନ୍ତୁ: ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩

ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ରାତି ୨ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ନଜର ରଖିବାକୁ ପରିବହନ ବିଭାଗ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଘନକୁହୁଡ଼ି ନେଇ ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟ ଆଦି ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ:  ରେଳଫାଟକ ବନ୍ଦ: ଯାତାୟାତ ସମସ୍ୟାରେ ପଡ଼ିଛନ୍ତି ୬ଗାଁର ଲୋକେ