ପାଣିକୋଇଲି : ପାଣିକୋଇଲି ଛକରେ ଗତକାଲି ଜନୈକ ବ୍ୟକ୍ତିଙ୍କୁ ଏକ କାର ସାଇଡ୍ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ସଂପୃକ୍ତ ବ୍ୟକ୍ତି କାରକୁ ପିଛା କରି ମାଲିକଙ୍କ ଘର ପଥରପଦା ଗ୍ରାମରେ ତାଙ୍କୁ ମାରିବା ସହିତ ଗାଳି ଗୁଲଜ କରିଥିଲେ। ଚାଳକ ଓ ସେଠାରେ ଉପସ୍ଥିତ ଲୋକେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଅପରାହ୍ଣରେ ପାଣିକୋଇଲି କୋରେଇ ରୋଡରେ ଦୋକାନ କରିଥିବା କାର୍ ମାଲିକଙ୍କୁ ତାଙ୍କ ଦୋକାନ ଭିତରେ ପଶି ଦୁଇଜଣ ଯୁବକ ଆକ୍ରମଣ କରିଥିଲେ।
ଏଥିରେ ସେ ଆହତ ହୋଇଥିଲେ। ଜଣକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଅନ୍ୟଜଣେ ଖସି ଯାଇଥିଲା। ଏହାକୁ ନେଇ ଆଜି ସନ୍ଧ୍ୟାରେ ପାଣିକୋଇଲି ଛକରେ ଉତ୍ତେଜନା ଲାଗି ରହିଛି। ଗୋଷ୍ଠସଂଘର୍ଷ ଆଶଙ୍କାରେ ଛକରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରଯାଇଛି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ବି ମାମଲା ରୁଜୁ ହୋଇନାହିଁ।