ପୁରୀ : ୧୯୨୨ ମସିହାରେ ନବଯୌବନ ଦର୍ଶନ ବେଳେ ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି କାରଣରୁ ସେହିବର୍ଷ ରଥଯାତ୍ରା ଏକ ସପ୍ତାହ ବିଳମ୍ବରେ ପାଳନ କରାଯାଇଥିଲା।
୧୮୨୨ ମସିହା ଜୁନ ୧୪ ତାରିଖ। ଅନବସର ପରେ ପ୍ରଥମ ମନ୍ଦିର ଖୋଲାଯାଉଥିଲା। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ବିପୁଳ ଭକ୍ତ ସମାଗମ ହୋଇଥାଏ। ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ରିଟିସ ସରକାର ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ। ମାତ୍ର ଶ୍ରୀମନ୍ଦିର ଭିତରକୁ କେବଳ ହିନ୍ଦୁମାନଙ୍କର ପ୍ରବେଶ ଅଧିକାର ଥିବା ଯୋଗୁ ମନ୍ଦିର ଭିତରେ ବ୍ରିଟିସ ସରକାରଙ୍କର ନିୟନ୍ତ୍ରଣ ନଥିଲା। ତେବେ ଶ୍ରୀମନ୍ଦିର ଭିତରେ ଯେପରି ଏକାଠି ବହୁ ଯାତ୍ରୀ ଜମା ହୋଇ ନରୁହନ୍ତି ସେଥିପାଇଁ ବ୍ରିଟିସ ସରକାର ସେବାୟତମାନଙ୍କ ଉପରେ ନିର୍ଭର କରିଥିଲେ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ଯୁଗେ ଯୁଗେ ରଥଯାତ୍ରା’ ପୁସ୍ତକର ତଥ୍ୟ ଓ ଏସିଆଟିକ ଜର୍ଣ୍ଣାଲ ରିପୋର୍ଟ ମୁତାବକ, ୧୮୨୨ ମସିହା ଜୁନ୍ ୧୪ ତାରିଖରେ ଶ୍ରୀମନ୍ଦିରର ଦ୍ବାର ଖୋଲା ହେବା କ୍ଷଣି ଏକକାଳୀନ ବହୁ ଭକ୍ତ ପ୍ରବେଶ କରିଥିଲେ। ଗୋଡ଼ ଖସିଯିବାରୁ ୧୮ ଜଣ ଭକ୍ତ ପଡ଼ିଯାଇଥିଲେ। ସେମାନଙ୍କୁ କେହି ଉଠାଇବା ପୂର୍ବରୁ ଭିଡ଼ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ କଷ୍ଟରେ ପୁଣି ମନ୍ଦିର ଫାଟକ ବନ୍ଦ କରାଗଲା। ପରେ ମନ୍ଦିର ମଧ୍ୟରେ ପଡ଼ିଥିବା ଭକ୍ତମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଗଲା। କିନ୍ତୁ ବହୁ ଡେରି ହୋଇଯାଇଥିବାରୁ ୧୮ ଜଣଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିନଥିଲା।
/sambad/media/post_attachments/wp-content/uploads/2023/06/1822-rathajatra-srimandira-prashasanara-bahiru-uddhar-photo.jpg)
ତତ୍କାଳୀନ ସାମାଜିକ ବ୍ୟବସ୍ଥା ଅନୁଯାୟୀ, ମୃତଦେହଗୁଡ଼ିକୁ ହରିଜନଙ୍କ ଛଡ଼ା ଅନ୍ୟମାନେ ଉଠାଇବାର ନିୟମ ନଥିଲା। ଅନ୍ୟପକ୍ଷରେ ହରିଜନଙ୍କୁ ମନ୍ଦିର ପ୍ରବେଶ ବାରଣ ଥିଲା। ପୁଣି ଯେଉଁ ଫାଟକ ଦେଇ ଏହି ମୃତଦେହ ବାହାର କରାଯିବ ସେଇ ବାଟ ଦେଇ ପରବର୍ତ୍ତୀସମୟରେ କେହି ଆସିବାକୁ ଚାହିଁବାକୁ ଚାହିଁଲେ ନାହିଁ। ପରବର୍ତ୍ତୀ ଆଗନ୍ତୁକଙ୍କ ପାଇଁ ଏହା ଅଶୁଭ ସଙ୍କେତ ବୋଲି ବିଶ୍ବାସ କରୁଥିଲେ। ତେଣୁ ଏହାର ସମାଧାନ ପାଇଁ ଶେଷରେ ଆଙ୍କୁଶ ଓ ଦଣ୍ଡା ମାଧ୍ୟମରେ ଶବଗୁଡ଼ିକୁ ସ୍ଥାନାନ୍ତର କରାଗଲା। ମନ୍ଦିର ପ୍ରାଚୀର ଦେଇ ବାହାରକୁ ଶବଗୁଡ଼ିକ ଫୋପାଡ଼ି ଦିଆଯାଇଥିଲା। ଏହି କାରଣରୁ ରଥଯାତ୍ରା ଉତ୍ସବ ୧ ସପ୍ତାହ ବିଳମ୍ବରେ ପାଳନ କରାଯାଇଥିଲା।
୧୮୨୨ ମସିହା ଜୁନ ୨୧ ତାରିଖରେ ରଥଯାତ୍ରାରେ ଭକ୍ତଙ୍କ ବିପୁଳ ସମାଗମ ହୋଇଥିଲା। ୟୁରୋପିଆନ ପୁରୁଷ ଓ ସ୍ତ୍ରୀମାନେ ରଥ ନିକଟରେ ହାତୀ ଉପରେ ବସି ରଥଯାତ୍ରା ଦେଖିଥିଲେ। ୬ ଜଣ ଭକ୍ତ ରଥ ଦଉଡ଼ି ଟାଣିବା ଆଶାରେ ରଥର ଅତି ନିକଟରେ ଠିଆ ହୋଇ ରହିଥିଲ। କିନ୍ତୁ ହଠାତ ଦଉଡ଼ିଟି ଅନ୍ୟମାନଙ୍କ ହାତରୁ ଖସି ଯାଇଥିଲା। ଫଳରେ ସେଇ ୬ଜଣ ଲୋକ ଗହଳି ଭିତରେ ପଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଶରୀର ଉପରେ ରଥ ଚଢ଼ି ଯାଇଥିଲା। ୪ ଜଣ ପ୍ରାଣ ହରାଇଲେ। ପଞ୍ଚମ ବ୍ୟକ୍ତିଙ୍କ ଗୋଡ଼ ଅତି ଶୋଚନୀୟ ଭାବେ ଭାଙ୍ଗି ଯାଇଥିଲା। ଅନ୍ୟ ବ୍ୟକ୍ତି ଜଣଙ୍କ ଦୁଇ ଚକ ମଝିରେ ପଡ଼ିଯିବାରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Rathayatra-in-The-Past-Started-7-Days-Delayed_Thumbnail.jpg)