କୋରାପୁଟ: ସେମଳିଗୁଡା ବ୍ଲକ ପୁଟିସି୍ଲରେ ବୁଧବାରଠାରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇକୋରିଟ୍ରିଟ୍। ପାନ୍ଥନିବାସ ଓ ଇକୋରିଟ୍ରିଟ୍ର ୱେବସାଇଟରେ ବୁକିଂ ଆରମ୍ଭ ହୋଇଛି। ପାହାଡକୁ ପାହାଡ ଲାଗି ରହିଥିବାବେଳେ ଏହା ମଝିରେ ସମତଳ ଭୂମି ରହିଛି। ଏଥିରେ ରହିଛି ୨୦ରୁ ଅଧିକ କଟେଜ୍। ବୁଧବାର ଏହାର ଲୋକାର୍ପଣ ଯୋଜନା ରହିଛି। ଉକ୍ତ ଅଞ୍ଚଳକୁ ଓଡ଼ିଶାର ସ୍ବିଜରଲ୍ୟାଣ୍ଡ କୁହାଯାଉଛି। ଓଡ଼ିଶାର କୋଣାର୍କ, ଭିତରକନିକା, ହୀରକୁଦ, ସାତାକୋଶିଆ ଓ ଦାରିଙ୍ଗବାଡି ପରେ କୋରାପୁଟ ଜିଲ୍ଲାର ପୁଟିସିଲ ପେଣ୍ଡାଜାମ୍ରେ ଇକୋଟ୍ରିଟ୍ ହୋଇଛି।
ଏହା ମାର୍ଚ୍ଚ ଶେଷ ଯାଏ ଚାଲିବ। ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସବୁ ବ୍ୟବସ୍ଥା କରି ବୁକିଂ ଆରମ୍ଭ କରିଛି। ଏହିଠାରେ ଡିଲକ୍ସ କଟେଜ୍ ନାମରେ କଟେଜ୍ ରହିବ। ୫ ତାରକା ହେଟେଲ ପରି ସବୁ ସୁବିଧା ରହିଛି। କୋରାପୁଟିଆ ସାଂସ୍କୃ୍ତିକ କାର୍ଯ୍ୟକ୍ରମ, ଟୁର ଗାଇଡ୍, ପାହାଡ ଚଢା ବା ଟ୍ରେକିଂ, ସ୍ୟାଣ୍ଡ ଆର୍ଟ, ଯୋଗ, ଏଟିଭି, ରାଇଫଲ ସୁଟିଂ ଓ ତୀରନ୍ଦାଜୀ ପରି ମନୋରଞ୍ଜନ ସୁବିଧା ମିଳିବ। ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ ସହ ପାନୀୟଜଳର ସୁବିଧା କରାଯାଇଛି। ୨୪ ଘଣ୍ଟିଆ ସୁରକ୍ଷା ସେବା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। କୋରାପୁଟିଆ ଖାଦ୍ୟ ଭଣ୍ଡାର ପର୍ଯ୍ୟଟକଙ୍କ ମନମୋହିନ ବୋଲି ଆଶା କରାଯାଉଛି। ଓଟିଡିସି ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ। କୋଭିଡ-୧୯ ନିୟମକୁ ମାନି ସବୁ ବ୍ୟବସ୍ଥା ଗ୍ରହଣ କରାଯିବା ଆଶା କରାଯାଉଛି।
ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ ପୁଟିସିଲ୍ରେ ଇକୋରିଟ୍ରିଟ୍କୁ ଆଜି ବୁଲିବା ପରେ ସେଠାରେ ବଭିନ୍ନ ପ୍ରକାର ସୁବିଧା କରାଯାଇଥିବା କହିଛନ୍ତି। ଏହା ମର୍ଚ୍ଚ ଯାଏ ଚାଲିବ। ପର୍ଯ୍ୟଟକଙ୍କୁ ସବୁ ସୁବିଧା ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।