ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଗବେଷଣା ଉପରେ ଗୁରୁତ୍ୱ: ୪୦ ଯୁବ ଅଧ୍ୟାପକଙ୍କୁ ଦିଆଯିବ ୫ଲକ୍ଷ ଟଙ୍କାର ସିଡ ଫଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଗବେଷଣା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଉଚ୍ଚଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବାବେଳେ ଯୁବ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଯୋଗାଇଦେବ ରାଜ୍ୟ ସରକାର। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଯୁବ ଅଧ୍ୟାପକଙ୍କୁ ୫ଲକ୍ଷ ଟଙ୍କାର ସିଡ ଫଣ୍ଡ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଏହି ଯୋଜନାରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ଅଧ୍ୟାପକମାନଙ୍କୁ ଗବେଷଣା ନିମନ୍ତେ ଏବଂ  ସନ୍ଦର୍ଭ ପ୍ରକାଶନ ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ୩୫ଟି ବିଷୟରେ ରାଜ୍ୟ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ପିଏଚଡି ନିମନ୍ତେ ମାସିକ ୧୫ ହଜାର ଟଙ୍କା ଫେଲୋସିପ ପ୍ରଦାନ କରାଯାଉଛି। ପ୍ରତି ବିଷୟରେ ୫ଟି ଲେଖାଏଁ ଫେଲୋସିପ ଦିଆଯାଉଛି।

ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।  ଏଥିପାଇଁ ୪୫ ବର୍ଷରୁ କମ୍ ବୟସର ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ସିଡ଼ ରିସର୍ଚ୍ଚ ଫଣ୍ଡ ବ୍ୟବସ୍ଥା ରହିଛି।  ସେହିପରି ପିଏଚଡି ସ୍କଲାରସିପ୍ ନିମନ୍ତେ ବୟସକୁ ୩୫ ବର୍ଷରୁ କମ୍ ରଖାଯାଇଛି। ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏଥି ସହିତ ଗବେଷଣା ନିମନ୍ତେ ୪୫ ବର୍ଷରୁ କମ ବୟସର ଅଧ୍ୟାପକ, ଅଧ୍ୟାପିକାଙ୍କୁ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍ ଗ୍ରାଣ୍ଟ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର